ନନ୍ଦାହାଣ୍ଡି(ଶିବଶଙ୍କର ପାଢ଼ୀ): ନବରଙ୍ଗପୁର ଜିଲ୍ଲାରେ ଅଭାବନୀୟ ଘଟଣା । ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ଚାଲିଗଲା ୪ ଶ୍ରମିକଙ୍କ ଜୀବନ। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ  ପଡାଲଗୁଡା ଗ୍ରାମର ଏକ ଘରୋଇ ନିର୍ମାଣାଧୀନ ପାଇଖାନାରେ କାମ କରୁଥିବା ବେଳେ ଫ୍ଲସ ଖସି ଯାଇ ଦୁଇ ଗୁରୁତର ହୋଇଯାଇଥିଲେ । ସେଠାରେ କାମ କରୁଥିବା ଅନ୍ୟ ଦୁଇ ଜଣ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ସମୟରେ ସେମାନଙ୍କ ଉପରେ ବି ଫ୍ଲସ ପଡ଼ିଯାଇଥିଲା । ସେମାନଙ୍କର ଶ୍ବାସରୁଦ୍ଧ ହୋଇଥିଲା।

Advertisment

ନିର୍ମାଣଧୀନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ଚାଲିଗଲା ୪ ଶ୍ରମିକଙ୍କ ଜୀବନ। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ  ପଡାଲଗୁଡା ଗ୍ରାମର ଏକ ଘରୋଇ ନିର୍ମାଣାଧୀନ ପାଇଖାନାରେ କାମ କରୁଥିବା ବେଳେ ଫ୍ଲସ ଖସି ଯାଇ ଦୁଇ ଗୁରୁତର ହୋଇଯାଇଥିଲେ । ସେଠାରେ କାମ କରୁଥିବା ଅନ୍ୟ ଦୁଇ ଜଣ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ସମୟରେ ସେମାନଙ୍କ ଉପରେ ବି ଫ୍ଲସ ପଡ଼ିଯାଇଥିଲା । ସେମାନଙ୍କର ଶ୍ବାସରୁଦ୍ଧ ହୋଇଥିଲା।ମୃତକମାନେ ହେଲେ ଏମ୍.ସନ୍ତୁ (୨୮),  ଅମିର ଖୁରା (୩୦), ତ୍ରିଲୋଚନ ଭତରା(୨୫) ଓ ଲାଲୁ ରଣା କାମରା(୨୬) । 

ଘଟଣା ସମ୍ୱନ୍ଧରେ ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ବାହିନୀ ସହ ନବରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆଦିତ୍ୟ ସେନ, ଏସପିଓ କୃଷ୍ଣଚନ୍ଦ୍ର ଭତ୍ରା ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ । ତେବେ ସେଥିମଧ୍ୟରୁ ପ୍ରଥମେ ତିନି ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତି ହୋଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବି ମୃତ୍ୟୁ ଘଟିଥିଲା । ମୃତକମାନେ ହେଲେ ଏମ୍.ସନ୍ତୁ (୨୮),  ଅମିର ଖୁରା (୩୦), ତ୍ରିଲୋଚନ ଭତରା(୨୫) ଓ ଲାଲୁ ରଣା କାମରା(୨୬) । 

death