ବାଲିଗୁଡ଼ା: ଏମିତି ବି ଆସେ ମୃତ୍ୟୁ।  ଚିପ୍ସ ପ୍ୟାକେଟ ଭିତରେ ଥିବା ପ୍ଲାଷ୍ଟିକ ଖେଳନା ଗିଳି ୪ ବର୍ଷର ଶିଶୁଙ୍କ ଅକାଳରେ ଜୀବନ ଚାଲିଯାଇଛି। ମୃତ ଶିଶୁ ହେଲେ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ଶିକରମାହା ଗ୍ରାମ ନିକଟ ମୁସୁମାହା ପଡାର ରଞ୍ଜିତ ପ୍ରଧାନଙ୍କ ୪ ବର୍ଷର ଶିଶୁ ବିଗିଲ ପ୍ରଧାନ।

Advertisment

ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତ ଘୋଷଣା କରିଲେ ଡାକ୍ତର ମୃତ 

ସବୁଦିନ ଭଳି ସେ ବିଗିଲଙ୍କ ବାପା ଏକ ଚିପ୍ସ ପ୍ୟାକେଟ ପୁଅ ପାଇଁ ନେଇ ରଖିଥିଲେ। ବିଗିଲ ଉକ୍ତ ଚିପ୍ସ ପ୍ୟାକେଟରେ ଥିବା ଏକ ବନ୍ଧୁକ ଖେଳନାକୁ ଖେଳୁଥିବାବେଳେ ଅସାବଧାନତାରେ ଗିଳିଦେଇଥିଲେ ଓ ତାହା ତାଙ୍କ ତଣ୍ଟିରେ ଅଟକିଯାଇଥିଲା ଏବଂ ସେ ନିଶ୍ୱାସ ପ୍ରଶ୍ୱାସ ନେବା ମୁସ୍କିଲ ହୋଇପଡ଼ିଥିଲା। ତାଙ୍କ ବାପା ଓ ମା’ ଅଟକିଯାଇଥିବା ଖେଳନାକୁ ବାହାର କରିବାକୁ ଉଦ୍ୟମ କରି ଶେଷରେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆଣିଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ:17 Detained Bhadrak Bangladeshi Link: ଭଦ୍ରକରେ ବଙ୍ଗଳାଦେଶୀ ସନ୍ଦେହରେ ୧୭ ଅଟକ, ଚାଲିଛି ପ୍ରମାଣପତ୍ର ଯାଞ୍ଚ

ଘଟଣାଟି ଘଟିଛି ଦାରିଙ୍ଗବାଡିରୁ ପ୍ରାୟ ୩୦ କିମି ଦୂରରେ। ଦାରିଙ୍ଗବାଡି ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ କହିଛନ୍ତି, କହିଛନ୍ତି ମୃତ ଶିଶୁଙ୍କ ବାପା କହିବା ଅନୁସାରେ, ବିଗିଲ ଚିପ୍ସ ପ୍ୟାକେଟରେ ଥିବା ଖେଳନାକୁ ଗିଳିଥିଲେ,  ଯାହା ଫଳରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ଆହୁରି ପଢ଼ନ୍ତୁ:Encounter, 7 Maoists Death: ମାଲକାନଗିରି ସୀମାନ୍ତରେ ବଡ଼ ଧରଣର ଏନକାଉଣ୍ଟର୍: କୁଖ୍ୟାତ ମାଓ ଦଂପତିଙ୍କ ସମେତ ଟଳିଲେ ୭ ମାଓବାଦୀ