ଭଦ୍ରକ: ଭଦ୍ରକ ସଦର ବ୍ଲକ ଅର୍ନ୍ତଗତ ଚଢ଼ିଆ ଅଞ୍ଚୟତରେ ଓଲଙ୍ଗ ନିକଟସ୍ଥ ଏକ ଆଦିବାସୀ ସାହିରେ ୧୦ ପରିବାରର ୪୦ ଆଦିବାସୀ ଲୋକ  ଆଜି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି। ସେମାନେ ପୂର୍ବରୁ ଖ୍ରୀଷ୍ଟିଆନ ହୋଇଯାଇଥିଲେ।

Advertisment

ଆଜି ବିଶ୍ୱହିନ୍ଦୁ ପରିଷଦର ସହଯୋଗରେ ସେମାନଙ୍କୁ ହିନ୍ଦୁ ଧର୍ମକୁ ଅଣାଯାଇଛି। ପୂର୍ବରୁ ସେମାନଙ୍କୁ ପ୍ରଲୋଭନ ଦେଖାଇ କିଛି  ଲୋକ ଏହି  ଗରିବ ଆଦିବାସୀ ଲୋକଙ୍କୁ ହିନ୍ଦୁ ଧର୍ମରୁ ଖ୍ରୀଷ୍ଟିଆନ୍ ଧର୍ମକୁ ପରିବର୍ତ୍ତନ କରିଦେଇଥିଲେ। ଆଜି ସେମାନେ ସେମାନଙ୍କର ମୂଳ ହିନ୍ଦୁ ଧର୍ମକୁ ଫେରି ଆସିଛନ୍ତି।  ଭଦ୍ରକର ଗ୍ରାମାଞ୍ଚଳ  ଥାନା ଅଂଚଳରେ ଏହି ଏରିଆ ଯାଉଥିବା ବେଳେ ଗ୍ରାମାଞ୍ଚଳ ପୁଲିସକୁ ଏ  ସମ୍ପର୍କରେ ସୂଚନା ଦିଆଯାଇଥିଲା।

ଆଜି ବିଶ୍ଵ ହିନ୍ଦୁ ପରିଷଦର ସହଯୋଗରେ ଏହି ଧର୍ମ ପରିବର୍ତ୍ତନ କରାଯାଇଛି। ଏହା ଦ୍ବାରା ଗରିବ ଆଦିବାସୀ ଲୋକମାନେ ବହୁ ଶୋଷଣର ଶିକାର ହୋଇଥିଲେ ବୋଲି କହିଛନ୍ତି। ଏବେ ସେମାନେ ସବୁ ଚକ୍ରାନ୍ତ ବୁଝି ପାରିଛନ୍ତି। ନିଜର ଭୁଲ ସ୍ୱୀକାର କରିବା ସହ ନିଜର ମୂଳ ଧର୍ମ ହିନ୍ଦୁ ଧର୍ମକୁ ଫେରି ଆସିଛନ୍ତି।