ଭୁବନେଶ୍ବର: ‘ଆମ ବସ’ ଯୋଜନାରେ ପୁଣି ଯୋଡ଼ି ହୋଇଛି ୪୦ଟି ଇ-ବସ୍। ଏବେ ଭୁବନେଶ୍ବରର କ୍ୟାପିଟାଲ୍ ହସ୍ପିଟାଲରୁ କଟକର ଏସସିବି ମେଡିକାଲକୁ ଆମ ବସ୍ ଗଡ଼ିବ। ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ସହାୟକ ହେବ 'ଆମ ବସ୍' ର ନୂଆରୁଟ୍। ଆଉ ଯାତାୟତ ପାଇଁ ହନ୍ତସନ୍ତ ହେବେନି ରୋଗୀଙ୍କ ପରିବାର। ଏହି ରୁଟ୍ ସମେତ ଅନ୍ୟ ନୂଆ ରୁଟରେ ମଧ୍ୟ ଇ-ବସ୍ ଚାଲିବ। ଭୁବନେଶ୍ବର ଗାଢ଼କଣସ୍ଥିତ ଆମ ବସ୍ ଡିପୋରେ ୪୦ଟି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ନୂଆ ଇ-ବସର ଉଦଘାଟନ କରିଛନ୍ତି।
/sambad/media/media_files/2025/04/03/gnnj80zaoaaedhp-508333.jpg)
ରାଜ୍ୟ ସରକାର ଜନସାଧାରଣଙ୍କ ଯାତାୟତର ସୁବିଧା ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। ଆଜି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ୪୦ଟି ନୂତନ ଇ-ବସ୍ର ଶୁଭାରମ୍ଭ କରିଛନ୍ତି। ଏହି ସେବାର ଶୁଭାରମ୍ଭ ଭିଜନ୍ ବିକଶିତ ଓଡ଼ିଶା ଏବଂ ସବୁଜ ସହର ନିର୍ମାଣର ଏକ ପ୍ରଧାନ ଅଂଶ।
/sambad/media/media_files/2025/04/03/gnnj80caiaaqh7c-931834.jpg)
ଏନେଇ ଶ୍ରୀ ମହାପାତ୍ର କହିଛନ୍ତି, ଖୁବଶୀଘ୍ର ରାଜ୍ୟର ୮ଟି ସହରରେ ଆମ ବସ୍ ସେବା ଆରମ୍ଭ ହେବ ଏବଂ କେନ୍ଦ୍ର ସରକାର ଓଡିଶାକୁ ୪୦୦ ଇ-ବସ୍ ଯୋଗାଇବେ। ତେବେ ବସ୍ ଦୁର୍ଘଟଣା କମାଇବା ପାଇଁ ଅନେକ ପଦକ୍ଷେପ ନିଆଯିବା ସହ ଆମ ବସ୍ ଭିତରେ ଦୁଇଟି ସିସିଟିଭି କ୍ୟାମେରା ବି ଲଗାଯାଇଥିବା କଥା କହିଛନ୍ତି ମନ୍ତ୍ରୀ।
Bhubaneswar
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/03/nM4wlWAlS2TtM86CirtU.jpg)