ରାଜାମୁଣ୍ତା/ଲହୁଣିପଡ଼ା: ଆଉ ମାତ୍ର କିଛି ସମୟ ପରେ ସମସ୍ତେ ପହଞ୍ଚି ଯାଇଥାନ୍ତେ। ସଭାସ୍ଥଳରେ ପହଞ୍ଚିବା ପୂର୍ବରୁ ମାତ୍ର କେଇ ମିଟର ଦୂରରେ ଓଲଟିଲା କ୍ୟାମ୍ପର। ଆହତ ହେଲେ ୪୦ରୁ ଅଧିକ। ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି କେବଲାଙ୍ଗ ଥାନା ଅନ୍ତର୍ଗତ ଚୋରଧରା ପଞ୍ଚାୟତର ଗଗନାପୋଷ ଛକ ଟର୍ଣ୍ଣିଂରେ। ଭାରସାମ୍ୟ ହରାଇ ଏକ ପିକ୍‌ଅପ୍‌ ଓଲଟି ପଡ଼ିବାରୁ ୪୦ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ। ଗୁରୁତର ସୁଶାନ୍ତି ନାୟକ (୩୦), ସୁଶିଳା ମୁଣ୍ତା (୨୩), ଫୁଲମନି ନାୟକ (୪୦), ମିନାମି ନାଏକ (୨୦), ସୁମିତ୍ରା ନାଏକ (୨୧) ଆମଲତା ନାଏକ(୨୫), ଭୁଷସି ନାଏକ(୨୬), ଅନିତା ମୁଣ୍ଡା(୨୫), ରାଦିଲ ନାଏକ (୩୦), ଲକ୍ଷ୍ମୀ ନାଏକ(୪୦), ତାୟା ନାଏକ (୧୮), ଫଗୁନି ନାଏକ(୨୮), ସଞ୍ଜୟ ମୁଣ୍ଡା (୨୪), ବଂଶି ନାଏକ , ଇମୁଖ ମୁଣ୍ଡା(୨୬), କୁକୁଆ ନାଏକ (୩୨), ହୁଦେଶ ନାଏକ (୨୫), ବୃଷଭ ନାଏକ (୨୫), ଝାଳୁ ନାଏକ (୩୦), ମାୟା ମୁଣ୍ଡା (୨୯), ଚାନ୍ଦିଆ ନାଏକ(୨୨), ରେଙ୍ଗାଳୁ ନାଏକ (୪୦), ପାତର ମୁଣ୍ଡା (୩୨), ବିଶ୍ବନାଥ ନାୟକ (୨୫), ବୁଦ୍ଧିଆ ମୁଣ୍ଡା, ବିତା ନାଏକ ପ୍ରମୁଖଙ୍କୁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟ ୧୩/୧୪ ଜଣ ଲହୁଣିପଡ଼ା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Advertisment

ଗୁରୁତର ସୁଶାନ୍ତି ନାୟକ (୩୦), ସୁଶିଳା ମୁଣ୍ତା (୨୩), ଫୁଲମନି ନାୟକ (୪୦), ମିନାମି ନାଏକ (୨୦), ସୁମିତ୍ରା ନାଏକ (୨୧) ଆମଲତା ନାଏକ(୨୫), ଭୁଷସି ନାଏକ(୨୬), ଅନିତା ମୁଣ୍ଡା(୨୫), ରାଦିଲ ନାଏକ (୩୦), ଲକ୍ଷ୍ମୀ ନାଏକ(୪୦), ତାୟା ନାଏକ (୧୮), ଫଗୁନି ନାଏକ(୨୮), ସଞ୍ଜୟ ମୁଣ୍ଡା (୨୪), ବଂଶି ନାଏକ , ଇମୁଖ ମୁଣ୍ଡା(୨୬), କୁକୁଆ ନାଏକ (୩୨), ହୁଦେଶ ନାଏକ (୨୫), ବୃଷଭ ନାଏକ (୨୫), ଝାଳୁ ନାଏକ (୩୦), ମାୟା ମୁଣ୍ଡା (୨୯), ଚାନ୍ଦିଆ ନାଏକ(୨୨), ରେଙ୍ଗାଳୁ ନାଏକ (୪୦), ପାତର ମୁଣ୍ଡା (୩୨), ବିଶ୍ବନାଥ ନାୟକ (୨୫), ବୁଦ୍ଧିଆ ମୁଣ୍ଡା, ବିତା ନାଏକ ପ୍ରମୁଖଙ୍କୁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟ ୧୩/୧୪ ଜଣ ଲହୁଣିପଡ଼ା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ମିଳିଥିବା ସୂଚନା ମୁତାବକ ଶୁକ୍ରବାର ମଧ୍ୟାହ୍ନରେ ଓଆର୍‌ ୧୪ ଏସ୍‌ ୧୫୦୨ ପିକ୍‌ଅପ୍‌ ଡାଲାରେ ୪୦ରୁ ଅଧିକ ପୁରୁଷ ମହିଳା ଚୋରଧରା ପଞ୍ଚାୟତ ଫଟାଟାଙ୍ଗର ଗ୍ରାମରୁ ଗଗନାପୋଷ ସଭାସ୍ଥଳକୁ ‌ବୁହାହୋଇ ଆସୁଥିଲେ। ସଭାସ୍ଥଳରେ ପହଞ୍ଚିବା ପୂର୍ବରୁ ଗଗନାପୋଷ ବୁଲାଣିରେ ପିକ୍‌ଅପ୍‌ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ପିକ୍‌ଅପ୍‌ ଭ୍ୟାନ୍‌ରେ ଥିବା ୪୦ରୁ ଅଧିକ ମହିଳା ପୁରୁଷ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨୬ରୁ ଅଧିକ ଗୁରୁତରଙ୍କୁ ରାଉରକେଲାକୁ ସ୍ଥାନ୍ତାନ୍ତର କରାଯାଇଥିଲାବେଳେ ୧୩/୧୪ ଜଣଙ୍କୁ ଲହୁଣିପଡ଼ା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି।
କ’ଣ ପାଇଁ ସଭା ହେଉଥିଲା ତାହା ସଠିକ ଭାବେ ଗୁରୁତର ଆହତମାନେ ସୂଚନା ଦେଇ ପାରୁନଥିବାବେଳେ ସାଙ୍ଗରେ ଆଧାର କାର୍ଡ ଧରି ଆସିବାକୁ କୁହାଯାଇଥିଲା ବୋଲି କିଛି ଆହତ କହିଛନ୍ତି। ଚୋରଧରା ପଞ୍ଚାୟତର ସମସ୍ତ ୱାର୍ଡର ଲୋକଙ୍କୁ ଏହି ସଭାରେ ଯୋଗଦେବାକୁ କୁହାଯାଇଥିଲା ବୋଲି ସେମାନେ କହିଛନ୍ତି। ଦୁର୍ଘଟଣା ପରେ ଆହତମାନଙ୍କୁ ଡାକ୍ତରଖାନା ପହଞ୍ଚାଇବାକୁ ସେଠାରେ ଉଦ୍ଧାରକାରୀଦଳଙ୍କୁ ବେଶ୍‌ ନାକେଦମ ହେବାକୁ ପଡ଼ିଥିଲା। ପୁଲିସ ଘଟଣାସ୍ଥଳରୁ  ପିକ୍‌ଅପ ଜବତ କରି ଘଟଣାର ତଦନ୍ତ ଚଳାଇଛି।