ଦଶହରାରେ ଦୁର୍ଗା ମା’ଙ୍କ ଠାରୁ ଆଶୀର୍ବାଦ ନେଲେ ଶ୍ରଦ୍ଧାଳୁ
ମା’ ଦୁର୍ଗାଙ୍କ ଆଜି ହେଉଛି ବିଜୟାଦଶମୀ। ଅସତ୍ୟ ଉପରେ ସତ୍ୟର ଜୟ ହେବ। ରାବଣକୁ ବଧ କରିବେ ଜଗତ ଜନନୀ। ଦଶହରା ଅବସରରେ ମାଙ୍କ ମଣ୍ଡପରେ ମନ୍ତ୍ର ଉଚ୍ଚାରଣ ସହ ଚାଲିଛି। ଶ୍ରଦ୍ଧାଳୁ ମାନେ ମା'ଙ୍କୁ ଦର୍ଶନ କରିବା ପାଇଁ ମଣ୍ଡପରେ ସକାଳୁ ସକାଳୁ ଭିଡ ଜମାଇଲେଣି। କଟକରେ ସୁନା-ରୁପାରେ ଝଟକୁଛନ୍ତି ମା’।
ବିଜୟାଦଶମୀ ଅବସରରେ କଟକ ଚଣ୍ଡୀମନ୍ଦିରରେ ରବିବାର ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଗହଳି ଲାଗି ରହିଥିଲା। ଶ୍ରଦ୍ଧାଳୁମାନେ ମା’ଙ୍କ ଆଗରେ ଦୀପଜାଳି ପୂଜାର୍ଚ୍ଚନା ସହ ଆଶୀର୍ବାଦ ନେଇଥିଲେ। ଦିନତମାମ ଲୋକେ ମାଙ୍କ ମନ୍ଦିରରେ ଭିଡ଼ ଲଗାଇଥିଲେ।
ଐତିହାସିକ କଟକ ସହରରେ ଦୁର୍ଗାପୂଜା ପରଂପରା ବହୁ ପୁରୁଣା। ଏଠାରେ ପ୍ରାୟ ୫୦୦ ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା ଦୁର୍ଗାପୂଜା ଅନୁଷ୍ଠିତ ହୋଇ ଆସୁଛି। ସମୟ କ୍ରମେ କଟକରେ ଦୁର୍ଗାପୂଜା ଆୟୋଜନ ସ୍ଥଳ ୧୭୫ରୁ ଟପିଛି। ମା’ଙ୍କୁ ବାଲୁବଜାର, ଚାନ୍ଦିନୀଚୌକ, ଖାନନଗର, କାଠଗଡ଼ାସାହି, ତୁଳସୀପରୁ, ଶେଖ୍ବଜାର, କାଜିବଜାର, ଆଲିସାବଜାର, ବିଡ଼ାନାସୀ, ହରିପୁର-ଦୋଳମୁଣ୍ଡାଇ ୩୪ଟି ସ୍ଥାନରେ ଚାନ୍ଦିମେଢ଼ରେ ପୂଜାର୍ଚ୍ଚନା କରାଯାଉଛି। ଫଟୋ: ନନ୍ଦୁ, ସମ୍ବାଦ, କଟକ