ସୋର: ଏକ ଯାତ୍ରୀବାହୀ ବସ୍ରେ ଜଣେ ବ୍ୟକ୍ତିଙ୍କର ମନିପର୍ସ ହଜିଛି। ଅଭିଯୋଗକାରୀ ଯାତ୍ରୀଙ୍କ ଅଭିଯୋଗ ଅନୁସାରେ ଖନ୍ତାପଡ଼ା ପୁଲିସ ବସ୍ରୁ ପର୍ସ ଖୋଜିବା ବେଳେ ଏହାର ଗାଡି ଡିକିରୁ ୫ କିଲୋ ଗଞ୍ଜେଇ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଅଟକ ରଖିଛି।
ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଯାତ୍ରୀବାହୀ ବସ୍ (ଓଡ଼ି ୨୨ ସି ୦୭୩୩) ‘ଡାଇନା’ ବାଲେଶ୍ୱରରୁ ଯାତ୍ରୀ ନେଇ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା। ମାତ୍ର ଖନ୍ତାପଡ଼ା ନିକଟରେ ଜଣେ ବ୍ୟକ୍ତିଙ୍କର ମନିପର୍ସ ହଜିଯିବାରୁ ସେ ଗାଡ଼ିକୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସ୍ରେ ପର୍ସ ଖୋଜୁଥିବା ବେଳେ ଗାଡ଼ିର ଡିକିରୁ ୫ କିଲୋ ଗଞ୍ଜେଇ ଜବତ କରିଥିଲା। ପରେ ଏଥିରେ ସମ୍ପୃକ୍ତ ଫୁଲବାଣୀ ଅଂଚଳର ଜଣେ ମହିଳାଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)