ମାଲକାନଗିରି: ଜିଲ୍ଲା ଅନ୍ତର୍ଗତ କୋରକୋଣ୍ଡା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ କୋରକୁଣ୍ଡା ଗ୍ରାମର ଖ୍ରୀଷ୍ଟିଆନସାହି ସ୍ଥିତ ତମସା ନଦୀ କୂଳରେ ପହଞ୍ଚିଥିଲେ। ସେଠାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ପୁଲିସକୁ ଦେଖି ଦୌଡ଼ି ପକାଇଲେ ଗୋହତ୍ୟାକାରୀ। କୋରକୋଣ୍ଡା ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ନେତୃ୍ତରେ ଏକ ଟିମ ସେଠାରୁ ପ୍ରାୟ ୫୦ କିଲୋରୁ ଅଧିକ ଗୋମାଂସ, ଚମଡା, ମୁଣ୍ଡ, ଅନ୍ତ ପ୍ରଭୁତି ଜବତ କରି ପ୍ରାଣିଚିକିତ୍ସକଙ୍କ ଉପସ୍ଥିତିରେ ବ୍ଲିଚିଂ ଲୁଣ ଦେଇ ମାଟିତଳେ ପୋତି ଦିଆଯାଇଥିଲା।

Advertisment

ପୁଲିସ ସେଠାରେ ପହଞ୍ଚିବା ପରେ ଗାଁର ଶହଶହ ଲୋକ ତମସା ନଦୀ କୂଳରେ ରୁଣ୍ଡ ହୋଇଥିଲେ। ଗାଁ ନିକଟରେ ଗୋମାଂସ କଟାଯାଇ ବଣ୍ଟନ କରାଯାଉଥିବା ଲୋକେ କିପରି ଜାଣିପାରିଲେ ନାହଁ ବୋଲି ଆଲୋଚନା କରୁଥିଲେ। ଗୋ ହତ୍ୟାରେ ସରକାର ରୋକ ଲଗାଇଥିଲେ ମଧ୍ୟ କିଭଳି ଚାଲିଛି ଖୋଲାମଖୋଲା ଗୋ ହତ୍ୟା ଏ ବିଷୟ ସମସ୍ତଙ୍କୁ ଚର୍ଚ୍ଚାର ଖରାକ ଯୋଗାଇଥିଲା। ଗୋହତ୍ୟାକାରୀ ଫେରାର ହୋଇଯାଇଥିବାରୁ ପୁଲିସ କାହାରିକୁ ଧରିବାରେ ସଫଳ ହୋଇନଥିବା ଜଣାପଡିଛି।

କୋରକୋଣ୍ଡା ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ନେତୃ୍ତରେ ଏକ ଟିମ ସେଠାରୁ ପ୍ରାୟ ୫୦ କିଲୋରୁ ଅଧିକ ଗୋମାଂସ, ଚମଡା, ମୁଣ୍ଡ, ଅନ୍ତ ପ୍ରଭୁତି ଜବତ କରି ପ୍ରାଣିଚିକିତ୍ସକଙ୍କ ଉପସ୍ଥିତିରେ ବ୍ଲିଚିଂ ଲୁଣ ଦେଇ ମାଟିତଳେ ପୋତି ଦିଆଯାଇଥିଲା।

ତେବେ ପୁଲିସ ଏହି ଗୋହତ୍ୟକାରୀକୁ ଗିରଫ କରିପାରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା। ଜିଲ୍ଲାରେ ଗୋହତ୍ୟା ନିଷେଧ ଆଇନ କଡାକଡି ଲାଗୁ କରିବା ପାଇଁ ଦାବି ହୋଇଛି। ସରକାରଙ୍କ ପ୍ରତି ବ୍ଲକରେ ପ୍ରାଣୀ ପୁନଃ ଆବାସ କେନ୍ଦ୍ର ଯୋଜନାକୁ ଜିଲ୍ଲାରେ ପ୍ରଣୟନ କରିବାକୁ ଦାବି ହୋଇଛି। ଯେଉଁଥିରେ ମାଲିକ ବିହୀନ ଗୋବଂଶ, ଷଣ୍ଢ  ଓ ବୃଦ୍ଧ ଗୋବଂଶ, କଂସେଇ ଖାନାକୁ ଯାଉଥିବା ଗୋବଂଶକୁ ଉଦ୍ଧାରକରି ରଖା ଯାଇପାରିବ l ରୋଗାଗ୍ରସ୍ତ ତଥା ଦୁର୍ଘଟଣା ଗ୍ରସ୍ତ ଗୋବଂଶର ସେବା ଚିକିତ୍ସା ମଧ୍ୟ ଏହି ଆବାସ କେନ୍ଦ୍ର ହୋଇପାରିବ ବୋଲି କୁହାଯାଇଛି। ଏଥିପାଇଁ ଜିଲ୍ଲାର ଥିବା ଜୀବେ ନିଷ୍ଠୁର ତା ନିରୋଧ ସମିତିକୁ ପୁନଃ ସକ୍ରୀୟ କରିବାକୁ ସ୍ବାମୀ ମାଧବା ନନ୍ଦ ଦାବି କରିଛନ୍ତି।

Malkangiri