ବୈଶିଙ୍ଗା: ନୀଳଗିରି ମୁହାଁ ଝାଡ଼ଖଣ୍ଡି ହାତୀପଲ ସୋମବାର ମଧ୍ୟ ରାତ୍ରିରେ ବୁଢାବଳଙ୍ଗ ନଦୀ ପଠାରୁ ଫେରିଆସିଥିବା ବେଳେ ଦୁଇ ଦିନ ବେତନଟୀ ରେଞ୍ଜ ତଥା ବୈଶିଙ୍ଗା ଥାନା ଅଧୀନ ନଡ଼ପୁର ଉପକଣ୍ଠ ଦଲକି ଜଙ୍ଗଲରେ ୩ଦିନ ଧରି ବିତ୍ପାତ କରୁଥିବା ୫୩ଟିକିଆ ହାତୀପଲ ଗୁରୁବାର ରାତି ପ୍ରାୟ ୯.୩୦ରେ ଜଙ୍ଗଲରୁ ବାହାରି ୧୮ନଂ ଜାତୀୟ ରାଜପଥ ଅତିକ୍ରମ କରି ଆସିଥିବା ରାସ୍ତାରେ ବାହୁଡ଼ିଛନ୍ତିl
ସୂଚନା ଅନୁଯାଇ ଗତ ଶନିବାର ୫୩ଟିକିଆ ଝାଡଖଣ୍ଡି ହାତୀପଲ ପଶ୍ଚିମବଙ୍ଗ ରାଜ୍ୟ ଦେଇ ଓଡ଼ିଶା ପ୍ରବେଶ କରିବାପରେ ବିଭିନ୍ନ ଅଞ୍ଚଳରେ ବ୍ୟାପକ ଚାଷଜମି କ୍ଷତି କରିବାପରେ ରବିବାର ରାତି ପ୍ରାୟ ୧୦ଟା ସମୟରେ ହାତୀପଲ ବେତନଟୀ ରେଞ୍ଜ ଅଧୀନ ଯୁଗଳ ପଟ ଦେଇ ୧୮ନଂ ଜାତୀୟ ରାଜପଥର ବଗଲପୁର ନିକଟରେ ରାଜପଥ ଅତିକ୍ରମ କରି ମଧ୍ୟରାତ୍ରିରେ ସ୍ଥାନୀୟ ଫୁଲଝୁରି ଜଙ୍ଗଲରେ ପଶିଥିଲେ। ପରେ ବେତନଟୀ ରେଞ୍ଜ ଅଧୀନ ଏକର ଏକର ଧାନକ୍ଷେତ ସମେତ ନଡ଼ପୁର ଦଲକି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବୁଢୀଆଣି ଜାଲ ଭଳି ଛନ୍ଦାଛନ୍ଦି ଚାଲୁ ଥିବାରୁ ଗୋଟିଏ ସ୍ଥାନ ଅତିକ୍ରମ କରିବାକୁ ଦୀର୍ଘ ସମୟ ଲାଗୁଥିବାର ପରିଲକ୍ଷିତ ହୋଇଥିଲା।
ସୋମବାର ବିଳମ୍ବିତ ରାତିରେ ହାତୀପଲ ଦଲକି ଜଙ୍ଗଲରୁ ବାହାରି ପୂର୍ବ ବର୍ଷ ଭଳି ଚିରାଚରିତ ଢଙ୍ଗରେ ପାଟୁଳିପୁରା ଦେଇ ଦାରିହା ଠାରେ ବୁଢ଼ାବଳଙ୍ଗ ନଦୀ ଅତିକ୍ରମ କରିବାକୁ ଆଗକୁ ବଢିବାକୁ ଚେଷ୍ଟା କରୁଥିବା ସମୟରେ ପଲରେ ଥିବା ଛୁଆ ହାତୀ ବୁଢ଼ାବଳଙ୍ଗ ପାଣିକୁ ଦେଖି ଡରିଯାଇଥିଲେ ଓ ଆଗକୁ ବଢିନଥିଲେl ଫଳରେ ଅନ୍ୟ ଉପାୟ ନପାଇ ସମଗ୍ର ହାତୀପଲ ପୁଣି ଥରେ ଦଲକି ଜଙ୍ଗଲକୁ ପ୍ରତ୍ୟାବର୍ତନ କରିଥିଲେ ଓ ସେଠାରେ ୩ଦିନ ଧରି ଜଙ୍ଗଲ ପାଖ ଚାଷ ଜମିରେ ଉପଦ୍ରଵ ଜାରି ରଖିଥିଲେ।
ତେବେ ହାତୀପଲ ଆଉ ଆଗକୁ ନବଢି ଗୁରୁବାର ରାତି ପ୍ରାୟ ୯ଟା ସମୟରେ ଜଙ୍ଗଲରୁ ବାହାରି ପୁଣି ଥରେ ବଗଲପୁର ନିକଟରେ ୧୮ନଂ ଜାତୀୟ ରାଜପଥ ଅତିକ୍ରମ କରିଥିଲେ ଓ ଯୋଉଁଥିପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ପରେ ଯୁଗଳ ନିକଟରେ ରୁପ୍ସା-ବାଙ୍ଗିରିପୋଷି ରେଳପଥ ଅତିକ୍ରମ କରି ତାଙ୍କ ଆସିଥିବା ରାସ୍ତାରେ ବାବୁଡି ଯାଇଥିଲେ। ଅନ୍ୟପଟେ ବାହୁଡ଼ିବା ସମୟରେ ରାସ୍ତାରେ ପଡୁଥିବା ଏକର ଏକର ଫଳନ୍ତି ଧାନକ୍ଷେତ ମାଡି ଚକଟି ନଷ୍ଟ କରୁଥିବାର ଦେଖିବାକୁ ମିଳିଥିଲା, ଯୋଉଁଥିପାଇଁ ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ଅସନ୍ତୋଷ ପ୍ରକାଶ କରିଥିଲେ।ତେବେ ବେତନଟୀ ବନବିଭାଗ ପକ୍ଷରୁ ରେଞ୍ଜର ମନୁୱର ଖାଁଙ୍କ ନେତୃତ୍ଵରେ ସମସ୍ତ ୬୮ ବନପାଳ, ବନରକ୍ଷୀ, ଗଜସାଥୀ ଏବଂ ପାରାବନକର୍ମଚାରୀଙ୍କୁ ନେଇ ଗଠିତ ଏକାଧିକ ଟିମ ପୁରା ହାତୀପଲର ଗିତିବିଧ ଉପରେ ରେ ତୀକ୍ଷ୍ଣ ନଜର ରଖୁଛନ୍ତି।