ଦେଓଗାଁ: ବେଆଇନ ଗ୍ୟାସ୍ ବିକ୍ରି ବେଳେ ପୁଲିସର ଚଢ଼ଉ। ଗ୍ୟାସ୍ ବିକ୍ରି କରୁଥିବା ଉପରଝର ଗାଁରେ ଚଢ଼ଉ କଲା ଦେଓଗାଁ ପୁଲିସ। ଚଢଉ କରି ଗ୍ୟାସ୍ ବିକ୍ରି ହେଉଥିବା ଘରକୁ କରିଛି ସିଲ୍। ୫୭ଟି ଗ୍ୟାସ୍ ସିଲିଣ୍ଡରକୁ ଜବତ କରିଛି ପୁଲିସ।
ବଲାଙ୍ଗୀରଜିଲ୍ଲା ଦେଓଗାଁ ଥାନାର ଉପରଝର ଗାଁରେ ବେଆଇନ ଭାବେ ମଦ ବିକ୍ରି ହେଉଥିବାର ଖବର ପାଇ ଗତକାଲି ରାତିରେ ଦେଓଗାଁ ପୁଲିସ ଚଢ଼ଉ କରିବାକୁ ଯାଇଥିଲା। ହେଲେ ଯେଉ ସ୍ଥାନ ପୁଲିସ ତାଲା ଭାଙ୍ଗି ଚଢଉ କଲା ସେହି ସ୍ଥାନରୁ ମଦ ବଦଳରେ ବାହାରିଛି ରନ୍ଧନ ଗ୍ୟାସ୍। ଏତେ ପରିମାଣର ଗ୍ୟାସ୍ ଗ୍ୟାସ କେଉଠୁ ଆଣି ଗଚ୍ଛିତ ରଖି ବିକ୍ରି ହେଉଥିଲା। କେଉଁ ସଂସ୍ଥା ବିନା କାଗଜପତ୍ରରେ କଳାବଜାରୀ କରି ରନ୍ଧନ ଗ୍ୟାସ୍ ବିକ୍ରି କରିବାକୁ ଦେଇଥିଲା ତାକୁ ନେଇ ଦେଓଗାଁ ପୁଲିସ ତଦନ୍ତ କରୁଛି।
ଏନେଇ ବଲାଙ୍ଗୀର ଯୋଗାଣ ବିଭାଗକୁ ଖବର ଦେବା ପରେ ଏକ ଟିମ୍ ଉପର ଝର ଗାଁକୁ ଆସି ତଦନ୍ତ କରୁଥିବା ଜଣାପଡ଼ୁଛି। ତେବେ ଜବତ ହୋଇଥିବା ୫୭ଟି ରନ୍ଧନ ଗ୍ୟାସ୍କୁ ପୁଲିସ ଜବତ କରି ଘରକୁ ସିଲ କରିଥିବା ଜଣାପଡ଼ିଛି।
Balangir
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/06/gas-2025-09-06-21-09-04.jpg)