ରାଉରକେଲା: ମହିଳା, ଯୁବତୀ ଓ ନାବାଳିକା ସୁରକ୍ଷିତ ନୁହନ୍ତି। କଡ଼ା ଦଣ୍ଡାଦେଶ ସତ୍ତ୍ବେ ଦୁଷ୍କର୍ମ ମାମଲାରେ ବ୍ରେକ୍ ଲାଗୁନି। ଓଲଟା ଦିନକୁଦିନ ଦୁଷ୍କର୍ମ ତାଲିକା ଲମ୍ବିଲମ୍ବି ଯାଉଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍ସିଆର୍ବି) ତଥ୍ୟ ଅନୁଯାୟୀ ପ୍ରତ୍ୟେକ ଦିନ ଦେଶରେ ୮୭ ଜଣ ଦୁଷ୍କର୍ମର ଶିକାର ହେଉଛନ୍ତି। ଓଡ଼ିଶା ହାର ମଧ୍ୟ କିଛି କମ୍ ନୁହେଁ। ରାଜ୍ୟରେ ପ୍ରତ୍ୟେକ ଦିନ ୮ରୁ ଅଧିକ ମହିଳା ଓ ବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି। ଏଥିରେ ନାବାଳିକାଙ୍କ ସଂଖ୍ୟା ରହିଛି ୫ରୁ ଅଧିକ।
ସୁନ୍ଦରଗଡ଼ ପୁଲିସ ଜିଲ୍ଲା ଅଧୀନରେ ଗତ ୩୫ ମାସରେ ୮୨ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। କେବଳ ନାବାଳିକା ନୁହେଁ, ୨୨୫ ମହିଳାଙ୍କୁ ମଧ୍ୟ ଦୁଷ୍କର୍ମ କରାଯାଇଛି। ଏମାନଙ୍କ ମଧ୍ୟରୁ କିଛି ନାବାଳିକା ଓ ମହିଳା ଗଣଦୁଷ୍କର୍ମର ମଧ୍ୟ ଶିକାର ହୋଇଛନ୍ତି। ୨୦୨୨ରେ ୩୧ ନାବାଳିକା, ୭୦ ମହିଳା ଦୁଷ୍କର୍ମର ଶିକାର ହୋଇଥିଲେ। ୨୦୨୩ରେ ୩୩ ନାବାଳିକା ଓ ୭୩ ମହିଳାଙ୍କୁ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ୨୦୨୪ରେ ୧୮ ନାବାଳିକା ଏବଂ ୮୨ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ରାଉରକେଲା ପୁଲିସ ଜିଲ୍ଲାରେ ୨୦୨୨ରେ ୪୫, ୨୦୨୩ରେ ୨୬ ଓ ୨୦୨୪ ନଭେମ୍ବର ଶେଷ ସୁଦ୍ଧା ୩୫ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ସେମିତି ୨୦୨୨ରେ ୬୭, ୨୦୨୩ରେ ୩୯ ଓ ୨୦୨୪ ନଭେମ୍ବର ଶେଷ ସୁଦ୍ଧା ୬୦ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଉଭୟ ମହିଳା ଓ ନାବାଳିକା ଦୁଷ୍କର୍ମକାରୀଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ସାମାଜିକକର୍ମୀ ଛବି ମହାନ୍ତି କହନ୍ତି, ଦୁଷ୍କର୍ମ ଏକ ସାମାଜିକ ବ୍ୟାଧି। ଅଶ୍ଲୀଳତା ଓ ମାଦକଦ୍ରବ୍ୟର ବ୍ୟବହାର ବୃଦ୍ଧି ଏହାର ପ୍ରମୁଖ କାରଣ।
ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ରେ ଦୁଷ୍କର୍ମ ମାମଲା ଦିନକୁଦିନକୁ ଦିନ ବଢ଼ୁଛି। ଦୁଷ୍କର୍ମ ପରେ ଅଭିଯୁକ୍ତମାନେ ମହିଳା ଓ ନାବାଳିକାଙ୍କୁ ହତ୍ୟା କରିବାକୁ ପଛାଉନାହାନ୍ତି। ଯାହା ସରକାର ଓ ପୁଲିସ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ଗତ ୩୫ ମାସ (୨୦୨୨ରୁ ୨୦୨୪ ନଭେମ୍ବର) ସୁଦ୍ଧା ସୁନ୍ଦରଗଡ଼ରେ ମୋଟ ୫୭୯ ଦୁଷ୍କର୍ମର ଶିକାର ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ୨୪୮ ନାବାଳିକା ଓ ୩୩୧ ମହିଳା। ରାଉରକେଲା ଓ ସୁନ୍ଦରଗଡ଼ ପୁଲିସ ଜିଲ୍ଲାରୁ ଏମିତି ତଥ୍ୟ ମିଳିଛି। ସୁନ୍ଦରଗଡ଼ ପୁଲିସ ଜିଲ୍ଲା ଅଧୀନରେ ଗତ ୩୫ ମାସରେ ୮୨ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। କେବଳ ନାବାଳିକା ନୁହେଁ, ୨୨୫ ମହିଳାଙ୍କୁ ମଧ୍ୟ ଦୁଷ୍କର୍ମ କରାଯାଇଛି। ଏମାନଙ୍କ ମଧ୍ୟରୁ କିଛି ନାବାଳିକା ଓ ମହିଳା ଗଣଦୁଷ୍କର୍ମର ମଧ୍ୟ ଶିକାର ହୋଇଛନ୍ତି। ୨୦୨୨ରେ ୩୧ ନାବାଳିକା, ୭୦ ମହିଳା ଦୁଷ୍କର୍ମର ଶିକାର ହୋଇଥିଲେ। ୨୦୨୩ରେ ୩୩ ନାବାଳିକା ଓ ୭୩ ମହିଳାଙ୍କୁ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ୨୦୨୪ରେ ୧୮ ନାବାଳିକା ଏବଂ ୮୨ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ରାଉରକେଲା ପୁଲିସ ଜିଲ୍ଲାରେ ୨୦୨୨ରେ ୪୫, ୨୦୨୩ରେ ୨୬ ଓ ୨୦୨୪ ନଭେମ୍ବର ଶେଷ ସୁଦ୍ଧା ୩୫ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ସେମିତି ୨୦୨୨ରେ ୬୭, ୨୦୨୩ରେ ୩୯ ଓ ୨୦୨୪ ନଭେମ୍ବର ଶେଷ ସୁଦ୍ଧା ୬୦ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଉଭୟ ମହିଳା ଓ ନାବାଳିକା ଦୁଷ୍କର୍ମକାରୀଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ସାମାଜିକକର୍ମୀ ଛବି ମହାନ୍ତି କହନ୍ତି, ଦୁଷ୍କର୍ମ ଏକ ସାମାଜିକ ବ୍ୟାଧି। ଅଶ୍ଲୀଳତା ଓ ମାଦକଦ୍ରବ୍ୟର ବ୍ୟବହାର ବୃଦ୍ଧି ଏହାର ପ୍ରମୁଖ କାରଣ। ଏଭଳି କୁତ୍ସିତ ଘଟଣାକୁ ରୋକିବାକୁ ଜନସାଧାରଣ ଏକାଠି ହୋଇ ସରକାର ଉପରେ ଚାପ ସୃ୍ଷ୍ଟି କରିବା ଦରକାର। ଏଥିସହ ସୁସ୍ଥ, ସାମାଜିକ ଓ ସାଂସ୍କୃତିକ ପରିବେଶ ତଆରି କରିପାରିଲେ ଦୁଷ୍କର୍ମ ମାମଲାକୁ ରୋକାଯାଇ ପାରିବ। ଆଇନଜୀବୀ ବବିତା ମହାପାତ୍ର କହିଛନ୍ତି ଆଇନର ଅନେକ ପ୍ରାବଧାନ ରହିଛି। ହେଲେ ଯୁବସମାଜ ପାଶ୍ଚାତ୍ୟଶୈଳୀକୁ ଅନୁକରଣ କରୁଛନ୍ତି। ପୁଲିସ ମଧ୍ୟ ଏ ଦିଗରେ ଯେତିକି କାର୍ଯ୍ୟାନୁଷ୍ଠାନ ନେବା କଥା, ତାହା ନେଉନି। ଶିଶୁ ମଙ୍ଗଳ କମିଟି ପକ୍ଷରୁ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଉ ନଥିବାରୁ ଜିଲ୍ଲାର ଦୁଷ୍କର୍ମ ମାମଲାରେ ଲଗାମ୍ ଲାଗିପାରୁନି ବୋଲି ମତପ୍ରକାଶ ପାଇଛି।