ବାଲିମେଳା: ମାଲକାନଗିରି ଜିଲ୍ଲା ଓର୍କେଲ ଥାନା କୋରୁକୋଣ୍ଡା ବ୍ଲକ ପଟ୍ରେଲ ପଞ୍ଚାୟତ ଚିତାପାରୀ-୪ ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ୬ ଜଣଙ୍କୁ କୋର୍ଟ ଚାଲାଣ କଲା ଓର୍କେଲ ପୁଲିସ।

Advertisment

ମିଳିଥିବା ସୂଚନା ନୁଯାୟୀ ଚିତାପାରୀ-୪ ଗ୍ରାମରେ ପୂଜା ହେବ ବୋଲି ପ୍ରଶାସନ ପକ୍ଷରୁ ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ  ଅନୁମତି ନିଆଯାଇଥିଲା। ତେବେ ପୂଜାର ୨ୟ ଦିନରେ ପୂଜା ନାମରେ ଗ୍ରାମରେ ଗୁଣିଗାରେଡି ଚାଲିଛି ବୋଲି ଅନ୍ୟ ଅଂଚଳର କିଛି ଲୋକ ଅଭିଯୋଗ କରି ଥାନାକୁ ଖବର ଦେଇଥିଲେ। ଖବର ପାଇ ଓର୍କେଲ ଥାନା ଏସଆଇ ମନୋହର ସାହୁ, ଏଏସଆଇ ଅଜିତ ଟାକରି ଏବଂ ଏସଆଇ ମିନାଖି ଦାସ ଙ୍କ ସମେତ ଏକ ଟିମ ଘଟଣା ସ୍ଥଳକୁ ଯାଇ ଦେଖିଲା ବେଳକୁ ଏକ ଠାକୁରଙ୍କ ଖଟୁଲିରେ କିଛି ଲୋକ ଗ୍ରାମ ସାରା ସମସ୍ତଙ୍କ ଘର ବୁଲି ସୁଦୂର ଛତିଶଗଡ଼ ରାଜ୍ୟର ଜଗଦଳପୁର ଅଞ୍ଚଳର କିଛି ପୂଜାରୀଙ୍କୁ ନେଇ  ପୂଜାର୍ଚ୍ଚନା ଚାଲିଥିବା ଦେଖିଥିଲେ।

ଗ୍ରାମରେ ଗତ ବର୍ଷ ଲଗାତାର ଭାବେ ଗାଁର ଲୋକ ଏବଂ ପଶୁପକ୍ଷୀ  ମରୁଥିବା ହେତୁ ଏହି ଖଟୁଳି ଯୋଗେ ପୂଜାର୍ଚ୍ଚନା କରି କିଏ ଏହି ଗ୍ରାମରେ ଗୁଣିକରି ମାରୁଛି ବୋଲି ସନ୍ଦେହ କରି  ଗ୍ରାମର ୬୭ ବର୍ଷୀୟ ବୃଦ୍ଧା ବତୀ ଖିଲଙ୍କୁ ଚିହ୍ନଟ କରି ତାଙ୍କୁ ଡାହାଣୀର ଆଖ୍ୟା ଦେଇ ଗ୍ରାମରୁ  ବିତାଡ଼ିତ କରୁଥିବା ପୁଲିସ ଦେଖିଥିଲେ। ଏହା ଦେଖି ପୋଲିସ ଘଟଣା ସ୍ଥଳରୁ ସମ୍ପୃକ୍ତ ବୃଦ୍ଧାଙ୍କୁ ଉଦ୍ଧାର କରିବା ସହ ୬ ଜଣ ପୂଜାରୀ  ଙ୍କୁ ଗିରଫ କରି  ଥାନା କୁ ଆଣିଥିଲେ । ତାଙ୍କ ନିକଟରୁ ବ୍ୟବହାର କରୁଥିବା ଖଟୁଳି କୁ ଜବତ କରିବା ସହ ସେମାନେ ଆସିଥିବା ଇନୋଭା କାରକୁ ଜବତ କରି  ଥାନାକୁ ଅଣାଯାଇଥିଲା। ସେମାନଙ୍କ ନାମରେ କେସ ନଂ ୧୨/୨୫ ରେ ମାମଲା ରୁଜୁ କରି ଅନ୍ଧବିଶ୍ୱାସ ଓ କଳାଯାଦୁର  ବିଭିନ୍ନ ଦଫା ଲଗାଇ  ତାଙ୍କୁ କୋର୍ଟ ଚାଲାଣ କରିଛି। ଗିରଫ ୬ ଅଭିଯୁକ୍ତ ହେଲେ ଟିକେନ୍ଦ୍ର ଦେହାରି(୨୫), ଖିରେନ୍ଦ୍ର କୁମାର ନାଗ(୨୭), ରାମୁ ମାଣ୍ଡାଭି(୪୪), ଜଗନ୍ନାଥ ନାଗ(୨୨), କମୁଳୁରାମ ନାଗ(୨୩) ଏବଂ ମଙ୍ଗଟୁରାମ ବାଗେଲ(୪୦) ହୋଇଥିବା ବେଳେ ପଡ଼ୋଶୀ ଛତିଶଗଡ଼ ରାଜ୍ୟର ବସ୍ତର ଜିଲ୍ଲାର କଟୱାଲି ଥାନା ଏବଂ ଦରଭା ଥାନାର ବୋଲି ଜଣାପଡିଛି।

 ତାଙ୍କ ଗ୍ରାମରେ ଗତ ବର୍ଷ ଲଗାତାର ଭାବେ ଗାଁର ଲୋକ ଏବଂ ପଶୁପକ୍ଷୀ  ମରୁଥିବା ହେତୁ ଏହି ଖଟୁଳି ଯୋଗେ ପୂଜାର୍ଚ୍ଚନା କରି କିଏ ଏହି ଗ୍ରାମରେ ଗୁଣିକରି ମାରୁଛି ବୋଲି ସନ୍ଦେହ କରି  ଗ୍ରାମର ୬୭ ବର୍ଷୀୟ ବୃଦ୍ଧା ବତୀ ଖିଲଙ୍କୁ ଚିହ୍ନଟ କରି ତାଙ୍କୁ ଡାହାଣୀର ଆଖ୍ୟା ଦେଇ ଗ୍ରାମରୁ  ବିତାଡ଼ିତ କରୁଥିବା ପୁଲିସ ଦେଖିଥିଲେ। ଏହା ଦେଖି ପୋଲିସ ଘଟଣା ସ୍ଥଳରୁ ସମ୍ପୃକ୍ତ ବୃଦ୍ଧାଙ୍କୁ ଉଦ୍ଧାର କରିବା ସହ ୬ ଜଣ ପୂଜାରୀ  ଙ୍କୁ ଗିରଫ କରି  ଥାନା କୁ ଆଣିଥିଲେ । ତାଙ୍କ ନିକଟରୁ ବ୍ୟବହାର କରୁଥିବା ଖଟୁଳି କୁ ଜବତ କରିବା ସହ ସେମାନେ ଆସିଥିବା ଇନୋଭା କାରକୁ ଜବତ କରି  ଥାନାକୁ ଅଣାଯାଇଥିଲା। ସେମାନଙ୍କ ନାମରେ କେସ ନଂ ୧୨/୨୫ ରେ ମାମଲା ରୁଜୁ କରି ଅନ୍ଧବିଶ୍ୱାସ ଓ କଳାଯାଦୁର  ବିଭିନ୍ନ ଦଫା ଲଗାଇ  ତାଙ୍କୁ କୋର୍ଟ ଚାଲାଣ କରିଛି।

ଗିରଫ ୬ ଅଭିଯୁକ୍ତ ହେଲେ ଟିକେନ୍ଦ୍ର ଦେହାରି(୨୫), ଖିରେନ୍ଦ୍ର କୁମାର ନାଗ(୨୭), ରାମୁ ମାଣ୍ଡାଭି(୪୪), ଜଗନ୍ନାଥ ନାଗ(୨୨), କମୁଳୁରାମ ନାଗ(୨୩) ଏବଂ ମଙ୍ଗଟୁରାମ ବାଗେଲ(୪୦) ହୋଇଥିବା ବେଳେ ପଡ଼ୋଶୀ ଛତିଶଗଡ଼ ରାଜ୍ୟର ବସ୍ତର ଜିଲ୍ଲାର କଟୱାଲି ଥାନା ଏବଂ ଦରଭା ଥାନାର ବୋଲି ଜଣାପଡିଛି । ଘଟଣାର ତଦନ୍ତ ଏସ ଆଇ ଅଜିତସିଂ ବରିହା କରୁଛନ୍ତି ବୋଲି ଥାନା ଅଧିକାରୀ ଧୀରେନ ପଟନାୟକ କହିଛନ୍ତି ।