ଭୁବନେଶ୍ୱର: ଭରତପୁର ଥାନାରେ ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ମାମଲାରେ ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦେଇଛି ବିଜେଡି। ଆଗାମୀ ୨୪ ତାରିଖ ମଙ୍ଗଳବାର ସକାଳ ୬ଟାରୁ ୧୨ଟା ଯାଏ ବିଜେଡି ପକ୍ଷରୁ ଭୁବନେଶ୍ବର ବନ୍ଦ ଡାକରା ଦିଆଯାଇଛି। ଏ ନେଇ ଆଜି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।