ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ସାଉଦି ଆରବରେ ଫସିଥିବା ୮ ଜଣଙ୍କ ମଧ୍ୟରୁ ୬ ଜଣ ଓଡ଼ିଆ ଶୁକ୍ରବାର ସକାଳେ ଭୁବନେଶ୍ବର ରେଳ ଷ୍ଟେସନରେ ପହଞ୍ଚିବା ପରେ ନିଜ ଜନ୍ମମାଟିକୁ ଫେରିଛନ୍ତି। ଏହି ଯୁବକମାନଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚଳିତ ମାସ ୯ ତାରିଖରେ ଏକ ଚିଠି ଲେଖି ନିବେଦନ କରିଥିଲେ।
  
ଯୁବକମାନେ ଉପାୟଶୂନ୍ୟ ହୋଇ ପରିବାର ଲୋକ ସେମାନଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ଶ୍ରୀଯୁକ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଏହି ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ସମସ୍ତଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ସହାୟତା ଯୋଗାଇଦେବାକୁ ନିବେଦନ କରିଥିଲେ। ରେଳ ଷ୍ଟେସନରେ ପହଞ୍ଚିବା ପରେ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟାଳୟ ତରଫରୁ କେନ୍ଦ୍ରାପଡ଼ା ଜିଲ୍ଲା ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡା ସେମାନଙ୍କୁ ସ୍ବାଗତ କରାଯାଇଥିଲା। ସୁରକ୍ଷିତ ଭାରତ ଫେରିବା ପରେ ଉକ୍ତ ଯୁବକମାନେ ଶ୍ରୀ ପଣ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି ଏବଂ ଶ୍ରୀ ପଣ୍ଡା ମଧ୍ୟ ଦୁତାବାସର ତ୍ଵରିତ ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇଛନ୍ତି।

Advertisment

ଯୁବକମାନେ ଉପାୟଶୂନ୍ୟ ହୋଇ ପରିବାର ଲୋକ ସେମାନଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ଶ୍ରୀଯୁକ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଏହି ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ସମସ୍ତଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ସହାୟତା ଯୋଗାଇଦେବାକୁ ନିବେଦନ କରିଥିଲେ।

ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡା ଜିଲ୍ଲାର ଭୁଇଁପୁରର ବାବୁରାମ ସାହୁ, ରାଜନଗରର କ୍ଷୀରୋଦ ନାରାୟଣ ପାତ୍ର, ଖୋର୍ଦ୍ଧା ଜିଲ୍ଲା ଦାମୋଦରପୁର ଗ୍ରାମର ବନମାଳୀ ଖୁଣ୍ଟିଆ, ପଞ୍ଚୁଗାଁର ରଞ୍ଜିତ ବାରିକ, ଅସୁରିପାଟଣା ଗ୍ରାମର ନବଘନ ମହାରଣା, ଗଞ୍ଜାମ ଜିଲ୍ଲା ମୋହନପୁର ଗ୍ରାମର ମନୋଜ କୁମାର ପଲେଇ, ବିହାରରୁ ମହମ୍ମଦ ନୱାବ ଓ ଉତ୍ତର ପ୍ରଦେଶରୁ ମହମ୍ମଦ ଇରଫାନ ଚଳିତ ବର୍ଷ ଏପ୍ରିଲ- ମଇ ମାସରେ ସାଉଦି ଆରବରେ ପାଇପମିସ୍ତ୍ରୀ, ରାଜମିସ୍ତ୍ରୀ ଭାବେ କାମ କରିବାକୁ ଏକ ଏଜେଣ୍ଟଙ୍କ ଜରିଆରେ ଯାଇଥିଲେ କିନ୍ତୁ ସେଠାରେ ପହଞ୍ଚିବା ପରେ  କମ୍ପାନି କର୍ତ୍ତୃପକ୍ଷ ସେମାନଙ୍କୁ ଅନ୍ୟ କାମରେ ନିୟୋଜିତ କରିଥିଲେ। ୪ ମାସ କାମ କରିଥିଲେ ମଧ୍ୟ ୧ ମାସର ଦରମା ଦେଇ ସହର ଠାରୁ ୭୦ କିଲୋମିଟର ଦୂରରେ ଏକ ପରିତ୍ୟକ୍ତ ଘରେ ରହିବାକୁ ବାଧ୍ୟ କରୁଛନ୍ତି। ବର୍ତ୍ତମାନ ସେମାନେ ବହୁ ଦୁଃଖ କଷ୍ଟରେ ଚଳୁଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।