ଖନ୍ତାପଡ଼ା: ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଅଧୀନ ରେମୁଣା ବ୍ଲକ ବରୁଣସିଂ ପଞ୍ଚାୟତ ଟିଣା ଗ୍ରାମର ପ୍ରଦୀପ ଦଳେଇଙ୍କ ବଡ଼ ପୁଅ ଅଭିମାନ ଦଳେଇ (ଗୁଡ଼ୁ) ନାବାଳକ ଜଣକ ଗାଧୋଇବା ସମୟରେ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି।
ଘଟଣା କ୍ରମେ ଆଜି ସକାଳ ୧୧ ଘଟିକା ସମୟରେ ନିଜ ଜେଜେମାଙ୍କ ସହ ନିକଟସ୍ଥ ଏକ ପୋଖରୀରୁ ଗାଧୋଇବାକୁ ଯାଇଥିଲେ ଅଭିମାନ। ପୋଖରୀ ଚଟାଣିଆ ଥିବାରୁ ଜେଜେମା ଆଖି ସାମ୍ନାରେ ନାତି ଅଭିମାନର ଗୋଡ଼ ଖସିଯାଇଥିଲା। ଫଳରେ ଜେଜେମା ପାଟି କରିବାରୁ ଗ୍ରାମର କିଛି ଲୋକ ଖୋଜା ଖୋଜି କରିଥିଲେ। କିଛି ସମୟ ପରେ ଅଭିମାନକୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରି ବାଇକ ଯୋଗେ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଅଣାଯାଇଥିଲା।
ଚିକିତ୍ସାରତ ଡାକ୍ତର ଦେଖିବା ପରେ ମୃତ ବୋଲି ଘୋଷଣା କରିଥିଲେ। ନାବାଳକର ମୃତ ଖବର ପାଇବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମେଡିକାଲ ପକ୍ଷରୁ ଖନ୍ତାପଡ଼ା ଥାନାକୁ ଘଟଣା ବାବଦରେ ସୂଚନା ଦେବା ପରେ ମେଡିକାଲରେ ଏଏସଆସି ଅମିତା ଦାସ ପହଂଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ବାଲେଶ୍ୱର ମେଡିକାଲ କୁ ପଠାଇଥିବା ଜଣାପଡ଼ିଛି।
Child dead | Baleswar
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/03/25/O72fKoT60TjmPYcOn2vB.jpg)