ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଳକ ଅନ୍ତର୍ଗତ ସାରଙ୍ଗଡ଼ ପଞ୍ଚାୟତର ଗୁନ୍ଦର ଗାଁ ଗ୍ରାମର ମାରିୟା ନାୟକ ୬୦ବର୍ଷ ବୟସରୁ ଊର୍ଦ୍ଧ୍ବ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ତାଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା। ସେ ଦିନ ମଜୁରୀ କାମ କରି ବହୁ କଷ୍ଟରେ ଜୀବନ ଅତିବାହିତ କରି ଆସୁଥିବା ଜଣାପଡ଼ିଛି। ଅନେକ ଦିନ ହେବ ନିଜେ କେମିତି ବଞ୍ଚିବେ ଓ ଭବିଷ୍ୟତ କଥାକୁ ଚିନ୍ତାକରି କରି ଭାଙ୍ଗିପଡ଼ିଛନ୍ତି। ସରକାର ଯଦି ଉପଯୁକ୍ତ ସମୟରେ ତାଙ୍କୁ ଭତ୍ତା ଯୋଜନାରେ ଅନ୍ତର୍ଭୁକ୍ତ କରି ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରି ଦେଇ ପାରିଥାନ୍ତେ ତାହାଲେ ତାଙ୍କ ଜୀବନଯାପନରେ କିଛି ମାତ୍ରାରେ ସହାୟତା ମିଳିପାରିଥାନ୍ତା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।
ଦେଶ ସ୍ୱାଧୀନତାର ୭୮ ବର୍ଷ ବିତିଯାଇଥିବା ସତ୍ତ୍ୱେ ଅଦ୍ୟାବଧି ଅନେକ ସ୍ଥାନରେ ଅନେକ ନିରୀହ ଜନତା ପ୍ରକୃତ ସ୍ୱାଧୀନତାରୁ ବଞ୍ଚିତ ରହିଥିବା ଅଦ୍ୟାବଧି ଦେଖିବାକୁ ମିଳୁଛି। ନିରୀହ ଜନତାଙ୍କୁ କେବଳ ନିର୍ବାଚନ ସମୟ ପାଖେଇ ଆସିବା ସମୟରେ ପ୍ରତ୍ୟେକ ରାଜନୈତିକ ଦଳ ତରଫରୁ ଅନେକ ବଡ଼ବଡ଼ିଆ ମନତୃପ୍ତକର ପ୍ରତିଶ୍ରୁତିର ଲମ୍ୱା ଆନନ୍ଦମୟ ମାଳ ମିଳିଥାଏ। କିନ୍ତୁ ନିର୍ବାଚନ ସରିଲା ପରେ ନିରୀହ ଜନତାଙ୍କୁ କେବଳ ନିର୍ବାଚନର ସେହି ଆନନ୍ଦମୟମାଳକୁ ଭରଷା କରି ଅବସିଷ୍ଟ ଜୀବନଯାପନ କରିବାକୁ ପଡ଼ୁଥିବା ସାଧାରଣରେ ଚର୍ଚ୍ଚା କରୁଥିବା ଶୁଣିବାକୁ ମିଳୁଛି।
ଦେଶ ସ୍ୱାଧୀନତାର ୭୮ ବର୍ଷ ବିତିଯାଇଥିବା ସତ୍ତ୍ୱେ ଅଦ୍ୟାବଧି ଅନେକ ସ୍ଥାନରେ ଅନେକ ନିରୀହ ଜନତା ପ୍ରକୃତ ସ୍ୱାଧୀନତାରୁ ବଞ୍ଚିତ ରହିଥିବା ଅଦ୍ୟାବଧି ଦେଖିବାକୁ ମିଳୁଛି। ନିରୀହ ଜନତାଙ୍କୁ କେବଳ ନିର୍ବାଚନ ସମୟ ପାଖେଇ ଆସିବା ସମୟରେ ପ୍ରତ୍ୟେକ ରାଜନୈତିକ ଦଳ ତରଫରୁ ଅନେକ ବଡ଼ ବଡ଼ିଆ ମନତୃପ୍ତକର ପ୍ରତିଶ୍ରୁତିର ଲମ୍ୱା ଆନନ୍ଦମୟ ମାଳ ମିଳିଥାଏ।
ଦେଶ ବିକଶିତ ମାର୍ଗରେ ଏତେ ଅଗ୍ରସର ହୋଇ ଚନ୍ଦ୍ରକୁ ମଧ୍ୟ ପହଞ୍ଚିବାରେ ସଫଳତା ପ୍ରାପ୍ତ କରିଥିବା ସତ୍ତ୍ୱେ ପ୍ରକୃତରେ ଅଦ୍ୟାବଧି ଦେଶର ’ରାଜା’ ଜନତା ଜନାର୍ଦ୍ଦନ କୁହାଯାଉଥିବା ନାଗରିକମାନଙ୍କ ଦୁଃଖ ଦୁର୍ଦ୍ଦଶା କିନ୍ତୁ କମିବାର ନାମ ନେଉ ନଥିବା ସାଧାରଣରେ ଆଲୋଚନା ଜୋର ଧରିଥିବା ଶୁଣିବାକୁ ମିଳୁଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/mmW6nYqigOSqCnDQETg7.jpeg)