ଭୋଗରାଇ: ଚଳିତ ବର୍ଷ ସୁବର୍ଣ୍ଣରେଖା ନଦୀର ଷଷ୍ଠ ବନ୍ୟାର ଜଳସ୍ତର ଧୀରେ ଧୀରେ କମୁଥିବା ବେଳେ ଭୋଗରାଇ ବ୍ଲକରେ ଏବେ ବି ବିପନ୍ନଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। ବନ୍ୟାର ୩ ଦିନରେ ଜଳବନ୍ଦୀଙ୍କ ଅବସ୍ଥା ସାଙ୍ଘାତିକ ଆକାର ଧାରଣ କରିଛି। ଏଭଳି ସ୍ଥିତିରେ ବ୍ଳକର ୧୩ ଟି ପଞ୍ଚାୟତର ୬୪ ଗାଁ ରେ ବନ୍ୟା ଜଳ ଆସି ଲୋକଙ୍କ ଦୁର୍ଦ୍ଦଶା ବଢୁଛି। ଏବେ ବି ଭୋଗରାଇ ବ୍ଲକର ହଜାର ହଜାର ଲୋକେ ବାହ୍ୟ ଜଗତରୁ ବିଛିନ୍ନ ହୋଇଛନ୍ତି। ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବାକୁ ହେଲେ ଡ଼ଙ୍ଗା ବା କଦଳି ଭେଳା ଏକ ମାତ୍ର ସାଥୀ ହୋଇଛି।

Advertisment

ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବାକୁ ହେଲେ ଡ଼ଙ୍ଗା ବା କଦଳି ଭେଳା ଏକ ମାତ୍ର ସାଥୀ ହୋଇଛି।ଘରୁ ବାହାରିଲେ ୩ ରୁ ୪ ଫୁଟରୁ ଊର୍ଦ୍ଧ୍ଵ ବନ୍ୟାପାଣି ଜମି ଯିବାରୁ ଘରେ ୩ ଦିନ ଧରି ଚୁଲିରେ ରୋଷେଇ ବନ୍ଦ ଥିବାବେଳେ ଖଟ କିମ୍ବା ପଟା ପକାଇ ଲୋକେ ଭୋକ ଉପାସରେ ଦିନ କାଟୁଛନ୍ତି। ସମସ୍ତ ରାସ୍ତାଘାଟ ଉପରେ ପାଣି ଜମି ରହିଥିବାରୁ ଜୀବନଯାତ୍ରା ଠପ୍ ହୋଇଛି। ବନ୍ୟା ଅଞ୍ଚଳରେ ସମସ୍ତ ନଳକୂପ ବୁଡ଼ି ଯାଇଥିବା ବେଳେ ମେଗା ପାନୀୟ ଜଳ ପାଇପ ମଧ୍ୟ ବୁଡ଼ିଯାଇ ପାନୀୟ ଜଳର ସଙ୍କଟ ଦେଖାଦେଇଛି। ବନ୍ୟା ପାଣିରେ ବୁଡ଼ି ଯାଇଥିବା ସହସ୍ରାଧିକ ବିପନ୍ନ ଛୁଆ ପିଲା ଧରି ବଡ଼ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି।

Untitled

ଘରୁ ବାହାରିଲେ ୩ ରୁ ୪ ଫୁଟରୁ ଊର୍ଦ୍ଧ୍ଵ ବନ୍ୟାପାଣି ଜମି ଯିବାରୁ ଘରେ ୩ ଦିନ ଧରି ଚୁଲିରେ ରୋଷେଇ ବନ୍ଦ ଥିବାବେଳେ ଖଟ କିମ୍ବା ପଟା ପକାଇ ଲୋକେ ଭୋକ ଉପାସରେ ଦିନ କାଟୁଛନ୍ତି। ସମସ୍ତ ରାସ୍ତାଘାଟ ଉପରେ ପାଣି ଜମି ରହିଥିବାରୁ ଜୀବନଯାତ୍ରା ଠପ୍ ହୋଇଛି। ବନ୍ୟା ଅଞ୍ଚଳରେ ସମସ୍ତ ନଳକୂପ ବୁଡ଼ି ଯାଇଥିବା ବେଳେ ମେଗା ପାନୀୟ ଜଳ ପାଇପ ମଧ୍ୟ ବୁଡ଼ିଯାଇ ପାନୀୟ ଜଳର ସଙ୍କଟ ଦେଖାଦେଇଛି। ବନ୍ୟା ପାଣିରେ ବୁଡ଼ି ଯାଇଥିବା ସହସ୍ରାଧିକ ବିପନ୍ନ ଛୁଆ ପିଲା ଧରି ବଡ଼ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ବନ୍ୟାଞ୍ଚଳ ଲୋକଙ୍କୁ ଚୁଡା, ଗୁଡ ଓ ରୋଷେଇ କରି ଖାଦ୍ୟ ଦିଆ ଯାଉଥିବାର ପ୍ରଶାସନ ପକ୍ଷରୁ କୁହାଯାଉଥିଲେ ମଧ୍ୟ ତାହା ଠିକ୍ ଭାବରେ ସବୁ ଗାଁରେ ପହଞ୍ଚି ନ ଥିବା ବିପନ୍ନମାନେ ଅଭିଯୋଗ କରିଛନ୍ତି।