ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଳକ ବଣ୍ଡଗୁଡ଼ା ଗ୍ରାମ ପଞ୍ଚାୟତ ବିଲାବାଡ଼ି ଗ୍ରାମର ୬୫ ବର୍ଷ ଅସହାୟ ବୃଦ୍ଧା ମହିଳା ଭତ୍ତା ପାଇବାରୁ ବଞ୍ଚିତ। ଏହି ବୃଦ୍ଧା ମହିଳା ହେଉଛନ୍ତି ରେବତୀ ପ୍ରଧାନ। ଦୀର୍ଘ  ବର୍ଷ ହେବ ଭତ୍ତା ପାଇବା ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ  କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ ଦୌଡ଼ି ଶେଷରେ ନିରାଶ ହୋଇ ଘରେ ଭୋକ ଉପାସରେ ଦିନ କାଟୁଥିବା ନଜିର ରହିଛି। ସେ ଜଣେ ଅସହାୟ ଗରିବ ଶ୍ରେଣୀର ବୃଦ୍ଧା ମହିଳା।

Advertisment

ରାଜ୍ୟ ସରକାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ବିଧବା ଭତ୍ତା ହେଉ କିମ୍ବା ବାର୍ଦ୍ଧକ୍ୟ ଭତ୍ତା ଦେଉଥିବା  ବେଳେ ୬୫ ବର୍ଷର ବୃଦ୍ଧା ଙ୍କୁ ଏ ପର୍ଯ୍ୟନ୍ତ କାହିଁକି ପ୍ରଶାସନର ଦୃଷ୍ଟି ପଡ଼ି ନାହିଁ ଏହା ଏକ ପ୍ରଶ୍ନବାଚି ସୃଷ୍ଟି ହେଇଛି। ଏଣୁ ବୃଦ୍ଧା ପ୍ରତି ପ୍ରଶାସନ ଦୃଷ୍ଟିରେ ରଖି ଏହି ଗରୀବ ଅସହାୟ ବୃଦ୍ଧା ମହିଳାଙ୍କୁ ତୁରନ୍ତ ଭତ୍ତା ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି।