ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ନକ୍ସଲ ସଂଗଠନ ଭୁଶୁଡ଼ିବାରେ ଲାଗିଛି। ଲଗାତାର ନକ୍ସଲ ନକ୍ସଲ ଏନକାଉଣ୍ଟରରେ ମରୁଛନ୍ତି ନଚେତ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି। ଆଜି ଛତିଶଗଡର ୫ଟି ଜିଲ୍ଲା ପୁଲିସ ନିକଟରେ ୬୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏଥିମଧ୍ୟରୁ ବିଜାପୁର ଜିଲ୍ଲାରେ ୨୫ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ ଏମାନଙ୍କ ମୁଣ୍ଡରେ ଥିବା ୧ କୋଟି ୧୫ ଲକ୍ଷ ଟଂକା।

Advertisment

ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ୮ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ ଏମାନଙ୍କ ମୁଣ୍ଡରେ ଥିବା ୩୩ ଲକ୍ଷ ଟଂକା ଥିଲା। ସୁକମା ପୁଲିସ ନିକଟରେ ୫ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ ଦନ୍ତେୱାଡ଼ା  ଜିଲ୍ଲା ପୁଲିସ ନିକଟରେ ୧୫ ଜଣ ନକ୍ସଲ ଆତ୍ମସମର୍ପଣ କଲେ ଓ ଏମାନଙ୍କ ମୁଣ୍ଡରେ ଥିଲା ୧୭ ଲକ୍ଷ ଟଙ୍କା ଥିଲା।

କାଂକେର ଜିଲ୍ଲା ପୁଲିସ ନିକଟରେ ୧୩ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ ଏମାନଙ୍କ ମୁଣ୍ଡରେ ଥିଲା ୬୫ ଲକ୍ଷ ଟଂକା। ଏହି ୫ଟି ଜିଲ୍ଲା ମଧ୍ୟରୁ ବିଜାପୁର ଜିଲ୍ଲା ପୁଲିସକୁ ମିଳିଛି ବଡ ସଫଳତା। ଆଜି ଆତ୍ମସମର୍ପଣ କରିଥିବା ୨୫ ଜଣ ନକ୍ସଲ ମଧ୍ୟରୁ ସ୍ବତନ୍ତ୍ର ଜୋନାଲ କମିଟି ମେମ୍ବର ରାମନ୍ନା ଇରପ୍ପା ଅରଫ ଜଗଦିଶ ଅରଫ ବିକାଶ ରହିଛି। ରାମନ୍ନା ନାମରେ ସରକାର ୨୫ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିଲେ। ସରକାରଙ୍କର ଆତ୍ମନିର୍ବରଶୀଳ ନୀତିରେ ପ୍ରଭାବିତ ହୋଇଏମାନେ ସଂଗଠନ ଛାଡିଛନ୍ତି। 

ଗତ ଦେଢ ବର୍ଷରେ ୨ ହଜାରରୁ ଉର୍ଦ୍ଧ୍ବ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ ୪୫୦ରୁ ଊର୍ଦ୍ଧ୍ବ ନକ୍ସଲ ମୃତ୍ୟୁବରଣ କରିସାରିଲେଣି। ଦିନକୁ ଦିନ ସଂଗଠନ ଦୁର୍ବଳ ହେବା ସହ ନକ୍ସଲଙ୍କୁ ରହିବା ପାଇଁ ଆଉ ଜାଗା ନାହିଁ। ବାଧ୍ୟ ହୋଇ ପୁଲିସ ଗୁଳିରୁ ବର୍ତ୍ତିବା ପାଇଁ ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହେଲେଣି। ଲଗାତାର ଆତ୍ମସମର୍ପଣ କରୁଥିବାରୁ ଅଂଚଳରେ ଶାନ୍ତି, ବିକାଶ ଓ ବିଶ୍ବାସର ବାତାବରଣ ଖେଳିଯାଇଛି। ଆଗକୁ ଆହୁରି ଅଧିକା ନକ୍ସଲ ସଂଗଠନ ଛାଡିବେ ବୋଲି କୁହାଯାଇଛି। ସମସ୍ତ ଆତ୍ମସମର୍ପଣ ନକ୍ସଲଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ ବୋଲି ପୁଲିସ କହିଛି।

maoists