ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିକଟ ନୟାହାଟରେ 'ବସୁଧା' ଯୋଜନାରେ ୯୦୦ କୋଟି ଟଙ୍କାର ପାନୀୟଜଳ ପ୍ରକଳ୍ପ କାମ ଶେଷ ହେବାର ନାଁ ଧରୁନି। ୨୦୧୯ ମସିହାରେ ଏହି ପ୍ରକଳ୍ପ ଆରମ୍ଭ ହୋଇ ୨୦୨୨ ମସିହାରେ ଏହା ଶେଷ ହେବାକୁ ଅବଧି ପୂରି ୩ ବର୍ଷ ବିତିଗଲାଣି ପ୍ରକଳ୍ପ ଶେଷ ହେଉ ନଥିବାରୁ ଭଦ୍ରକ ଜିଲ୍ଲାର ୪ଟି ବ୍ଲକ୍‌ର ପ୍ରାୟ ୭ ଲକ୍ଷରୁ ଊର୍ଦ୍ଧ୍ବ ଲୋକ  ଲୁଣାପାଣି ପିଉଛନ୍ତି। 

Advertisment

ଭଦ୍ରକ ଜିଲ୍ଲାରେ ପ୍ରବାହିତ ଦୁଇ ପ୍ରମୁଖ ନଦୀ ମନ୍ତେଇ ଓ ବୈତରଣୀର ଜଳ ଲବଣାକ୍ତ। ତେଣୁ ଏହା ଉପରେ କୌଣସି ପାନୀୟଜଳ ପ୍ରକଳ୍ପ କାମ ଶେଷ ହେଉ ନାହିଁ। ଅନ୍ୟପଟେ ଜିଲ୍ଲାର ଅନ୍ୟତମ ନଦୀ ସାଳନ୍ଦୀର ମଧୁର ଜଳ ପ୍ରବାହିତ ହେଉଥିଲେ ମଧ୍ୟ ଏହାର ଉପର ମୁଣ୍ଡରେ କେନ୍ଦୁଝର ଜିଲ୍ଲା ହଦଗଡ଼ ଠାରେ ଡ୍ୟାମ୍‌  ନିର୍ମାଣ କରାଯାଇଛି। ଫଳରେ ତଳ ମୁଣ୍ଡରେ ଆବଶ୍ୟକ ପରିମାଣରେ ମଧୁର ଜଳ ପ୍ରବାହିତ ହେଉ ନାହିଁ। ଗ୍ରୀଷ୍ମ ଦିନେ ସାଳନ୍ଦୀ ନଦୀ ଶୁଖିଲା ପଡ଼ିଛି। ତେଣୁ ଏହି ନଦୀ ଉପରେ ପାନୀୟ ଜଳ ପ୍ରକଳ୍ପ ତିଆରି କରିବା ସମ୍ଭବ ନୁହେଁ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟତମ ନଦୀ ସାଳନ୍ଦୀରେ ମଧୁର ଜଳ ପ୍ରବାହିତ ହେଉଥିଲେ ମଧ୍ୟ ଏହାର ଉପରମୁଣ୍ଡ କେନ୍ଦୁଝର ଜିଲ୍ଲା ହଦଗଡ଼ଠାରେ ଡ୍ୟାମ୍ ନିର୍ମାଣ କରାଯାଇଛି। ଫଳରେ ତଳମୁଣ୍ଡରେ ଆବଶ୍ୟକ ପରିମାଣରେ ଜଳ ପ୍ରବାହିତ ହେଉନାହିଁ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ଖରସ୍ରୋତା ନଦୀର ଜଳକୁ ପାଇପ୍ ଯୋଗେ ଭଦ୍ରକ ଜିଲ୍ଲାକୁ ଯୋଗାଇବା ଲାଗି ଚାନ୍ଦବାଲିର ନୟାହାଟଠାରେ ୨୦୧୯ ଜାନୁଆରିରେ ବୃହତ୍ ପାନୀୟଜଳ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା।

ଏନେଇ ପ୍ରାଥମିକ ପର୍ଯ୍ୟାୟରେ ୯ ଶହ କୋଟି ଟଙ୍କା ମଞ୍ଜୁର ହୋଇଥିଲା ଏଠାରେ ୮ ଏକର ଜମିରେ ଜଳ ବିଶୋଧନାଗାର ସମେତ ୧୦୫ ମିଲିୟନ ପାଣି ଟାଙ୍କି ନିର୍ମାଣ କରାଯାଇଛି। ଲକ୍ଷ୍ୟ ଥିଲା ଭଦ୍ରକ ଜିଲ୍ଲାର ଲୁଣା ଜଳ ପିଉ ଥିବା ଚାନ୍ଦବାଲି, ବାସୁଦେବପୁର, ଧାମନଗର, ତିହିଡି ବ୍ଲକର ପ୍ରାୟ ୭ ଲକ୍ଷ ଲୋକଙ୍କୁ ଏହି ପ୍ରକଳ୍ପ ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ।

ପ୍ରକଳ୍ପ କାମ ଶେଷ ହୋଇ ନଥିବାରୁ ଚାନ୍ଦବାଲି ବ୍ଲକର ୩୩ ପଞ୍ଚାୟତ ୨୬୬ ଗାଁ, ତିହିଡି ବ୍ଲକର ୨୦ ଟି ପଞ୍ଚାୟତର  ୧୦୯ ଗାଁ, ଧାମନଗର ବ୍ଲକର ୧୦ ପଞ୍ଚାୟତର ୩୩ ଗାଁ, ବାସୁଦେବପୁର ବ୍ଲକର ୨୧ଟି ପାଞ୍ଚାୟତର ୧୧୮ଟି ଗାଁକୁ ପାନୀୟ ଜଳ ଯୋଗାଣ ହୋଇପାରି ନାହିଁ। ଏହି ସବୁ  ପଞ୍ଚାୟତ ଉପକୂଳ ଅଞ୍ଚକ ହୋଇଥିବାରୁ ଏଠାରେ ଥିବା କୂଅ ଓ  ନଳକୂଅରୁ ଲୁଣା ଜଳ ବାହାରୁଛି। ଫଳରେ ବର୍ଷ ବର୍ଷ ଧରି ଜିଲ୍ଲାର ୪ଟି ବ୍ଲକର ୫୨୬ ଟି ଗାଁର ୭ ଲକ୍ଷ ୧୫ ହଜାର ଲୋକ ବାଧ୍ୟ ହୋଇ ଲୁଣା ଜଳ ପିଉଛନ୍ତି।

ମେଘ କମ୍ପାନି ଏହି  ପାନୀୟ ଜଳ ପ୍ରକଳ୍ପ କାମ କରୁଥିବା ବେଳେ ପ୍ରକଳ୍ପ କାମ ଶେଷ ହେଉନାହିଁ । ଏ  ନେଇ ସ୍ବାସ୍ଥ୍ୟ  ଓ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ନିକୁଞ୍ଜ ଦାସ କହନ୍ତି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ହୋଇଛି। ଅଧିକାଂଶ ଗାଁକୁ ଜଳ ଯୋଗାଣ ହୋଇଛି। ଚଳିତ ବର୍ଷ ଏହି ପ୍ରକଳ୍ପ କାମ ଶେଷ ହେବା  ସହ ଗାଁ ଗୁଡ଼ିକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବା ବୋଲି ପ୍ରତିଶ୍ରୁତି ଦେଉଛନ୍ତି।

Bhadrak