ଭଦ୍ରକ: ସାମାଜିକ ଗଣମାଧ୍ୟରେ ଏକ ପୋଷ୍ଟକୁ ନେଇ ପୁଲିସ ଉପରକୁ ଜୋରଦାର ଆକ୍ରମଣ ହୋଇଛି। ଏଥିରେ ଥାନାବାବୁ ଗରୁତର ହୋଇଛନ୍ତି। ଡିଏସ୍ପିଙ୍କ ସମେତ ଏକାଧିକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଭଦ୍ରକ ଟାଉନ୍ ଥାନା ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି।
ଏକ ନିଦ୍ଦିଷ୍ଟ ସଂପ୍ରଦାୟକୁ ଟାଗେର୍ଟ କରି ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରାଯାଇଥିଲା। ଏହାକୁ ନେଇ ବିରୋଧୀ ଗୋଷ୍ଠୀ ଓ ପୁଲିସ ମୁହାଁମୁହିଁ ହୋଇଥିଲେ। ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ କର୍ମୀମାନେ ପଥର ଓ ଇଟାମାଡ଼ର ଶିକାର ହୋଇଥିଲେ।
ଟାଉନ୍ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆଙ୍କ ଗାଡ଼ି ଭଙ୍ଗାଯାଇଛି। ପରିସ୍ଥିତି ନିୟନ୍ତ୍ରଣ ବାହାରେ ଥିବାରୁ ପୁଲିସ ବାଧ୍ୟ ହୋଇ ଲାଠିଚାର୍ଜ କରିଛି। ସ୍ଥିତିକୁ ଆଧାର କରି ସଂପୃକ୍ତ ଅଞ୍ଚଳରେ ୧୬୩ ଧାରା ଲାଗୁ ହୋଇଥିବା ବେଳେ ୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/KaLbmyNp7sayLoAeD270.jpeg)