ଭୁବନେଶ୍ବର: କମିସନରେଟ୍ ପୁଲିସ ଅଧିନ ଭରତପୁର ଥାନା ଅଞ୍ଚଳରେ ଗତ ୧୫ ତାରିଖ ରାତିରେ ସେନାବାହିନୀର ମେଜର୍ ଗୁରୁବନ୍ତ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ଦୁର୍ବ୍ୟବହାର କରାଯିବା ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି। କମିସନରେଟ୍ ପୁଲିସର ଚନ୍ଦକା ଥାନା ଆଜି ୭ ଜଣ ରୋଡ ରୋମିଓଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ ସେନାବାହିନୀର ମେଜର୍ ଗୁରୁବନ୍ତ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ଗତ ୧୫ ତାରିଖ ରାତି ୨ଟାରେ ଗାଡ଼ିରେ ଯାଉଥିବା ବେଳେ ଅଭିଯୁକ୍ତମାନେ ସେମାନଙ୍କୁ ଅଟକାଇ ଗଣ୍ଡଗୋଳ କରିଥିଲେ। ଅଭିଯୁକ୍ତମାନେ ସୁନ୍ଦରପୁର ରାସ୍ତାରେ ଦୁର୍ବ୍ୟବହାର କରିଥିଲେ। ଅଭିଯୋଗ ଓ ଭରତପୁର ଥାନା ଆଇଆଇସିଙ୍କ ଏତଲା ଆଧାରରେ ପୁଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ଠାରୁ ୧୧ଟି ମୋବାଇଲ ଓ ଗୋଟିଏ ଗାଡ଼ି ଜବତ ହୋଇଛି। ଅତିରିକ୍ତ ଡିସିପି କୃଷ୍ଣ ପ୍ରସାଦ ଦାସ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଗିରଫ ଅଭିଯୁକ୍ତମାନଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ଏହାରି ମଧ୍ୟରେ ଅଭିଯୁକ୍ତ ଛାତ୍ରମାନେ କହିଛନ୍ତି, ଆମେ କାହାରିକୁ ମାଡ଼ ମାରି ନାହିଁ। ତାଙ୍କୁ କିପରି ଆଘାତ ଲାଗିତ ତାହା ଜାଣିନାହୁଁ।
ତେବେ ଅଭିଯୁକ୍ତମାନେ ଗିରଫ ହେବା ପୂର୍ବରୁ ପୁଲିସ ଡିଜି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ମାମଲାରେ ଭରତପୁର ଥାନାର ୫ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ କର୍ମଚାରୀମାନେ ହେଲେ ଭରତପୁର ଥାନାର ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର ଏସଆଇ ବୈଶାଳିନୀ ପଣ୍ଡା ଏଏସଆଇ ସଲିଳମୟୀ ସାହୁ, ସାଗରିକା ରଥ ଏବଂ କନେଷ୍ଟବଳ ବଳରାମ ହାଁସଦା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/IajMFpH0B1tHMS8QSsha.jpeg)