ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ରଘୁପୁର ପଞ୍ଚାୟତର ରଘୁନାଥପୁର ଗ୍ରାମର ରବୀନ୍ଦ୍ର ମହାନ୍ତଙ୍କ ୭ ବର୍ଷୀୟ ଶିଶୁକନ୍ୟା ଦୀପାଞ୍ଜଳିକୁ ବୁଧବାର ସନ୍ଧ୍ୟା ସମୟରେ ବିଷାକ୍ତ ସାପ କାମୁଡିବା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
ବୁଧବାର ସନ୍ଧ୍ୟା ସମୟରେ ଦୀପାଞ୍ଜଳି ନିଜର ଜେଜେ ମା ସାଙ୍ଗରେ ଘର ପାଖରେ ଥିବା ଦୋକାନକୁ କିଛି ସାମଗ୍ରୀ କିଣି ଘରକୁ ଫେରୁଥିଲେ। ଅନ୍ଧାର ହୋଇଥିବା ବେଳେ କୌଣସି ଏକ ବିଷାକ୍ତ ସାପ ଦୀପାଞ୍ଜଳିର ଡାହାଣ ପାଦରେ କାମୁଡି ଦେଇଥିଲା। ସଙ୍ଗେସଙ୍ଗେ ଘରକୁ ଆସି ମାକୁ କହିବା ପରେପରେ ଅଚେତ ହୋଇ ଯାଇଥିଲା।
ମୃତକାଙ୍କ ମା’ କହିଛନ୍ତି, ଦୀପାଞ୍ଜଳି ଘର ପାଖରେ ଥିବା କୌଣସି ଏକ ବ୍ୟକ୍ତି ପ୍ରଥମେ ତାଙ୍କୁ ଝଡ଼ାଫୁଙ୍କା କରିଥିଲେ। ସେଠାରେ କୌଣସି ସୁଫଳ ନ ମିଳିବାରୁ ପରିବାର ବର୍ଗ ଦୀପାଞ୍ଜଳୀଙ୍କୁ ବୈଶିଙ୍ଗା ଡାକ୍ତରଖାନାକୁ ନେଇ ଆସିଥିଲେ। ଉପସ୍ଥିତ ଡାକ୍ତର ବିକାଶ ନାୟକ ପ୍ରାଥମିକ ତଦନ୍ତରୁ ଦୀପାଞ୍ଜଳୀ ମୃତ ବୋଲି ଜାଣିବାକୁ ପାଇଥିଲେ। ଏହା ପରେ ବୈଶିଙ୍ଗା ପୁଲିସକୁ ଖବର ମଧ୍ୟ ଦେଇଥିଲେ। କିଛି ସମୟ ଧରି ବୈଶିଙ୍ଗା ଡାକ୍ତରଖାନା ପରିସର ଶୋକାକୋଳ ର ପରିବେଶ ସୃଷ୍ଟି ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/post_attachments/wp-content/uploads/2022/12/snake-bite.jpg)