ପାଇକମାଳ: ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍ କୁଆପାଲି ଗାଁରେ ପ୍ରାୟ ୭୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ଗୁରୁତର ଥିବା ୧୭ ଜଣଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି। ସୂଚନାଯୋଗ୍ୟ, ଶୁକ୍ରବାର ଉକ୍ତ ଗାଁରେ ଏକ ଗଙ୍ଗାଶ୍ରାଦ୍ଧ ଭୋଜି ହୋଇଥିଲା। ଏଥିରେ ଗ୍ରାମବାସୀ ଉପସ୍ଥିତ ରହି ଭୋଜି ଖାଇଥିଲେ। ସନ୍ଧ୍ୟା ସମୟରୁ କେତେକ ଲୋକଙ୍କୁ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା।
ଖବର ପାଇ ଆର୍ବିଏସ୍କେ ଡା. ସୁଦୀପ୍ତ ସାହୁ, ସିଏଚ୍ଓ ରମି ରଶ୍ମିତା, ଏଏନ୍ଏମ୍ ଖୁଦେଶ୍ୱରୀ ପଧାନ, ସତ୍ୟଭୂଷଣ ସାହୁ, ସମୀର ଭୋଇ, ଅଶୋକ ବନଛୋର ପ୍ରମୁଖ ସ୍ୱାସ୍ଥ୍ୟକର୍ମୀ କୁଆପାଲିରେ ପହଞ୍ଚିଥିଲେ। ସେମାନେ ଆଶାକର୍ମୀ କନକଲତା ବରିହା, ଅଙ୍ଗନବାଡି କର୍ମୀ ସବିତା ସିଦାରଙ୍କ ସହ ଘରଘର ବୁଲି ଚିକିତ୍ସା ଆରମ୍ଭ କରିଥିଲେ। ଗୁରୁତର ଥିବା ୧୭ ଜଣଙ୍କୁ ରାତିରେ ଚିକିତ୍ସା ପାଇଁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଥିଲା।
ଆର୍ବିଏସ୍କେ ଡା. ସୁଦୀପ୍ତ ସାହୁ, ସିଏଚ୍ଓ ରମି ରଶ୍ମିତା, ଏଏନ୍ଏମ୍ ଖୁଦେଶ୍ୱରୀ ପଧାନ, ସତ୍ୟଭୂଷଣ ସାହୁ, ସମୀର ଭୋଇ, ଅଶୋକ ବନଛୋର ପ୍ରମୁଖ ସ୍ୱାସ୍ଥ୍ୟକର୍ମୀ କୁଆପାଲିରେ ପହଞ୍ଚିଥିଲେ। ସେମାନେ ଆଶାକର୍ମୀ କନକଲତା ବରିହା, ଅଙ୍ଗନବାଡି କର୍ମୀ ସବିତା ସିଦାରଙ୍କ ସହ ଘରଘର ବୁଲି ଚିକିତ୍ସା ଆରମ୍ଭ କରିଥିଲେ।
/sambad/media/media_files/2025/06/14/12c1a456-5445-4808-85fa-3ee0bd1e84b8-339219.jpg)
ସିଡିଏମ୍ଓ ଡା. କୁବେର ଚନ୍ଦ୍ର ମହନ୍ତ, ଡା. ଶୁଭ୍ରପ୍ରକାଶ ସେନାପତି, ଡା. ସତୀଶ ନାୟକ, ଡା. ଆଲିଶା ପ୍ରଧାନ, ଡା. ଅଜିତ ମେହେର, ତେଜଭାନୁ ସାହୁ ପ୍ରମୁଖ ପ୍ରତ୍ୟେକ ଘରକୁ ଯାଇ ୧୬୧ ପରିବାରକୁ ଔଷଧ ବଣ୍ଟନ କରିଥିଲେ। ଏଥିସହ ଗରମ ପାଣି ପିଇବା, ହାଲୋଜେନ୍ ବଟିକାକୁ ପାଣିରେ ପକାଇବା, ବାସି ଖାଦ୍ୟ ନ ଖାଇବା ପାଇଁ ପରାମର୍ଶ ଦେଇଥିଲେ। ଗ୍ରାମବାସୀ ବ୍ୟବହାର କରୁଥିବା ପାଣି ଓ ଭୋଜିଖାଦ୍ୟର ନମୁନା ଭୁବନେଶ୍ବର ପଠାଯାଇଥିଲା।
ସେହିପରି ଭୋଜିକୁ ଆସିଥିବା ଡୁଙ୍ଗୁରିପାଲି, ଭଗତପୁର ଓ ବନମାଳ ଗାଁର ୩ ଜଣ ଲେଖାଏଁ ଅସୁସ୍ଥ ହୋଇପଡ଼ିଥିଲେ। ଉକ୍ତ ଗ୍ରାମଗୁଡ଼ିକୁ ସିଡିଏମ୍ଓ ପରିଦର୍ଶନରେ ଯାଇଥିଲେ। କୁଆପାଲି ଅଙ୍ଗନବାଡ଼ି କେନ୍ଦ୍ରରେ ୮ ଦିନ କ୍ୟାମ୍ପ୍ ଚାଲିବ ବୋଲି ଡା. ସେନାପତି କହିଛନ୍ତି।
Health | Bargarh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/06/14/e8c85dfe-2ecf-4b3d-841e-f9027beec6ce-115097.jpg)