ନବରଙ୍ଗପୁର: ଜିଲ୍ଲାର ୧୦ଟି ବ୍ଲକ ଓ ୨ଟି ପୌରାଂଚଳରେ ୮୦ବର୍ଷରୁ ଊର୍ଦ୍ଧ୍ବ ୭୨୭୨ଜଣ ହିତାଧିକାରୀ ୩୫୦୦ଟଙ୍କାର ଭତ୍ତା ପାଇବେ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ଜିଲ୍ଲାରେ ଜାତୀୟ ସାମାଜିକ ସହାୟକ ଯୋଜନା(ଓଏପି)ରେ ୨୬୬୬ଜଣ ଏହି ବର୍ଦ୍ଧିତ ଭତ୍ତା ପାଇବେ। ସେହିପରି ମଧୁବାବୁ ପେନସେନ୍ ଯୋଜନା(ଓଏପି)ରେ ୨୬୨୪, ଜାତୀୟ ସାମାଜିକ ସହାୟକ ଭିନ୍ନକ୍ଷମ ଯୋଜନାରେ ୬୭୪, ମଧୁବାବୁ ପେନସେନ୍ ଭିନ୍ନକ୍ଷମ ଯୋଜନାରେ ୧୩୦୮ ଯୋଜନାରେ ଭତ୍ତା ପାଇବେ ବୋଲି ସୂଚନା ମିଳିଛି। ନବରଙ୍ଗପୁର ପୌରପାଳିକାରେ ବିଧାୟକ ଗୌରୀଶଙ୍କର ମାଝୀ ବର୍ଦ୍ଧିତ ଭତ୍ତା ୩୬ଜଣ ହିତାଧିକାରୀଙ୍କୁ ବିତରଣ କରିଥିଲେ।

Advertisment

ତେନ୍ତୁଳିଖୁଣ୍ଟି ବ୍ଲକରୁ ଜାତୀୟ ସାମାଜିକ ସହାୟକ ଯୋଜନା(ଓଏପି)ରେ ୪୩୮, ଏମବିପିୱାଇ(ଓଏପି)ରେ୨୯୯, ଜାତୀୟ ସାମାଜିକ ସହାୟକ ଭିନ୍ନକ୍ଷମ ଯୋଜନାରେ ୬୫, ମଧୁବାବୁ ପେନସେନ୍ ଭିନ୍ନକ୍ଷମ ଯୋଜନାରେ ୧୧୧ଜଣ ଏଭଳି ୯୧୩ଜଣ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇଛନ୍ତି।    

ଚନ୍ଦାହାଣ୍ଡି ବ୍ଲକରେ ଜାତୀୟ ସାମାଜିକ ସହାୟକ ଯୋଜନା(ଓଏପି)ରେ ୨୦୯, ଏମବିପିୱାଇ(ଓଏପି)ରେ୧୯୮, ଜାତୀୟ ସାମାଜିକ ସହାୟକ ଭିନ୍ନକ୍ଷମ ଯୋଜନାରେ ୧୪୭, ମଧୁବାବୁ ପେନସେନ୍ ଭିନ୍ନକ୍ଷମ ଯୋଜନାରେ ୧୨୮ ଏଭଳି ୬୮୨ ହିତାଧିକାରୀ ପାଇବେ।  ଡାବୁଗାଁ ବ୍ଲକରେ ଜାତୀୟ ସାମାଜିକ ସହାୟକ ଯୋଜନା(ଓଏପି)ରେ ୧୦୦, ଏମବିପିୱାଇ(ଓଏପି)ରେ୨୬୩, ଜାତୀୟ ସାମାଜିକ ସହାୟକ ଭିନ୍ନକ୍ଷମ ଯୋଜନାରେ ୧୬, ମଧୁବାବୁ ପେନସେନ୍ ଭିନ୍ନକ୍ଷମ ଯୋଜନାରେ ୪୩ ଏଭଳି ୪୨୨ହିତାଧିକାରୀ, ଝରିଗାଁ ବ୍ଳକରେ ଜାତୀୟ ସାମାଜିକ ସହାୟକ ଯୋଜନା(ଓଏପି)ରେ ୨୮୪, ଏମବିପିୱାଇ(ଓଏପି)ରେ୩୦୬, ଜାତୀୟ ସାମାଜିକ ସହାୟକ ଭିନ୍ନକ୍ଷମ ଯୋଜନାରେ ୧୧୨, ମଧୁବାବୁ ପେନସେନ୍ ଭିନ୍ନକ୍ଷମ ଯୋଜନାରେ ୧୪୮ଏଭଳି ୮୫୦ହିତାଧିକାରୀ,କୋଷାଗୁମୁଡା ବ୍ଲକରେ ଜାତୀୟ ସାମାଜିକ ସହାୟକ ଯୋଜନା(ଓଏପି)ରେ ୬୩୭, ଏମବିପିୱାଇ(ଓଏପି)ରେ୨୬୧ ଜାତୀୟ ସାମାଜିକ ସହାୟକ ଭିନ୍ନକ୍ଷମ ଯୋଜନାରେ ୭୫, ମଧୁବାବୁ ପେନସେନ୍ ଭିନ୍ନକ୍ଷମ ଯୋଜନାରେ ୯୦ ଏଭଳି ୧୦୬୩ହିତାଧିକାରୀ ଅଛନ୍ତି।

ନବରଙ୍ଗପୁର ବ୍ଲକରେ ଜାତୀୟ ସାମାଜିକ ସହାୟକ ଯୋଜନା(ଓଏପି)ରେ ୨୦୬, ଏମବିପିୱାଇ(ଓଏପି)ରେ୧୮୯,  ଜାତୀୟ ସାମାଜିକ ସହାୟକ ଭିନ୍ନକ୍ଷମ ଯୋଜନାରେ ୪୦, ମଧୁବାବୁ ପେନସେନ୍ ଭିନ୍ନକ୍ଷମ ଯୋଜନାରେ ୧୩୨ ଏଭଳି ୫୬୭ହିତାଧିକାରୀ, ନନ୍ଦାହାଣ୍ଡି ବ୍ଳକରେ ଜାତୀୟ ସାମାଜିକ ସହାୟକ ଯୋଜନା(ଓଏପି)ରେ ୧୫୯, ଏମବିପିୱାଇ(ଓଏପି)ରେ୧୭୮, ଜାତୀୟ ସାମାଜିକ ସହାୟକ ଭିନ୍ନକ୍ଷମ ଯୋଜନାରେ ୬୮, ମଧୁବାବୁ ପେନସେନ୍ ଭିନ୍ନକ୍ଷମ ଯୋଜନାରେ ୧୪୪ଏଭଳି ୫୪୯ହିତାଧିକାରୀ, ପାପାଡାହାଣ୍ଡି ବ୍ଲକରେ ଜାତୀୟ ସାମାଜିକ ସହାୟକ ଯୋଜନା(ଓଏପି)ରେ ୧୪୮, ଏମବିପିୱାଇ(ଓଏପି)ରେ୨୨୬, ଜାତୀୟ ସାମାଜିକ ସହାୟକ ଭିନ୍ନକ୍ଷମ ଯୋଜନାରେ ୬୫, ମଧୁବାବୁ ପେନସେନ୍ ଭିନ୍ନକ୍ଷମ ଯୋଜନାରେ ୧୪୨ଏଭଳି ୫୮୨ହିତାଧିକାରୀ, ରାଇଘର ବ୍ଲକରୁ ଜାତୀୟ ସାମାଜିକ ସହାୟକ ଯୋଜନା(ଓଏପି)ରେ ୧୮୬, ଏମବିପିୱାଇ(ଓଏପି)ରେ୨୭୦, ଜାତୀୟ ସାମାଜିକ ସହାୟକ ଭିନ୍ନକ୍ଷମ ଯୋଜନାରେ ୨୩, ମଧୁବାବୁ ପେନସେନ୍ ଭିନ୍ନକ୍ଷମ ଯୋଜନାରେ ୧୬୧ଏଭଳି ୬୪୦ହିତାଧିକାରୀ, ଉମରକୋଟ ବ୍ଲକରୁ ଜାତୀୟ ସାମାଜିକ ସହାୟକ ଯୋଜନା(ଓଏପି)ରେ ୧୯୬, ଏମବିପିୱାଇ(ଓଏପି)ରେ୨୫୫, ଜାତୀୟ ସାମାଜିକ ସହାୟକ ଭିନ୍ନକ୍ଷମ ଯୋଜନାରେ ୨୪, ମଧୁବାବୁ ପେନସେନ୍ ଭିନ୍ନକ୍ଷମ ଯୋଜନାରେ ୯୪ ଏଭଳି ୫୬୯ହିତାଧିକାରୀ , ନବରଙ୍ଗପୁର ପୌରପାଳିକାରୁ ଜାତୀୟ ସାମାଜିକ ସହାୟକ ଯୋଜନା(ଓଏପି)ରେ ୫୦, ଏମବିପିୱାଇ(ଓଏପି)ରେ୧୨୦, ଜାତୀୟ ସାମାଜିକ ସହାୟକ ଭିନ୍ନକ୍ଷମ ଯୋଜନାରେ ୧୨, ମଧୁବାବୁ ପେନସେନ୍ ଭିନ୍ନକ୍ଷମ ଯୋଜନାରେ ୭୭ଏଭଳି ୨୫୯ହିତାଧିକାରୀ ଓ  ଉମରକୋଟ ପୌରପାଳିକାରୁ ଜାତୀୟ ସାମାଜିକ ସହାୟକ ଯୋଜନା(ଓଏପି)ରେ ୫୩, ଏମବିପିୱାଇ(ଓଏପି)ରେ୫୯, ଜାତୀୟ ସାମାଜିକ ସହାୟକ ଭିନ୍ନକ୍ଷମ ଯୋଜନାରେ ୨୬, ମଧୁବାବୁ ପେନସେନ୍ ଭିନ୍ନକ୍ଷମ ଯୋଜନାରେ ୩୮ ଏଭଳି ୧୭୬ହିତାଧିକାରୀ ଏହି ବର୍ଦ୍ଧିତ ଭତ୍ତା ପାଇବେ ବୋଲି ସୂଚନା ମିଳିଛି।  

 Nabarangpur