ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାରେ ନାବାଳିକା ଗର୍ଭବତୀ ହେବା ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଶିକ୍ଷା କ୍ଷେତ୍ରରେ ଏହି ଅଞ୍ଚଳ ପଛୁଆ ଥିବାରୁ ଖରାପ ବ୍ୟକ୍ତିଙ୍କର ଜାଲରେ ଫସିଯାଇ କମ୍‌ ବୟସର ଝିଅମାନେ ଏହି ଅଭାବନୀୟ ପରିସ୍ଥିତିର ସାମ୍ନା କରୁଛନ୍ତି। ଏହିଭଳି ଲଜ୍ଜାଜନକ ଘଟଣା ଚିନ୍ତା ବଢ଼ାଉଛି। ସ୍ଥାନୀୟ ସହରରେ ଏଭଳି ଏକ ଅପ୍ରୀତିକର ଘଟଣା ଦେଖିବାକୁ ମିଳିଛି। ଅଭିଯୁକ୍ତ ଯୁବକକୁ ପୁଲିସ ଗିରଫ କରିଛି। 

Advertisment

ଜଣେ ସପ୍ତମ ଶ୍ରେଣୀର ଛାତ୍ରୀର ସରଳତାର ସୁଯୋଗ ନେଇ ଯୌନ ପୀପାଶୁ ନିଜ ଦେହର ଭୋକ ମେଣ୍ଟେଇବା ସହ ନାବାଳିକାକୁ ଗର୍ଭବତୀ କରେଇବା ଭଳି ଘଟଣା ଦେଖିବାକୁ ମିଳିଛି। ପୀଡିତାର ବାପାଙ୍କର ଏକ ଦୋକାନ ରହିଛି। ସେଇ ଦୋକାନରେ ଜଣେ ଯୁବକ କାମ କରୁଥିଲା। ନାବାଳିକାର ବାପା-ମା’ ଅନୁପସ୍ଥିତର ସୁଯୋଗ ନେଇ ୨୦୨୪ ମସିହା ଠାରୁ ଯୁବକ ଜଣକ ତାଙ୍କ ସହ ଯୌନ ସମ୍ପର୍କ ସ୍ଥାପନ ରଖି ଆସୁଥିଲା। 

ନାବାଳିକାର ବାପା-ମା’ ଅନୁପସ୍ଥିତର ସୁଯୋଗ ନେଇ ୨୦୨୪ ମସିହା ଠାରୁ ଯୁବକ ଜଣକ ତାଙ୍କ ସହ ଯୌନ ସମ୍ପର୍କ ସ୍ଥାପନ ରଖି ଆସୁଥିଲା। ନାବାଳିକା ଏବେ ୬ମାସର ଅନ୍ତସତ୍ଵା। ଏହି ଘଟଣା ନାବାଳିକାର ପରିବାର ଲୋକ ଜାଣିବା ପରେ ୧୧ତାରିଖ ଦିନ ସ୍ଥାନୀୟ ଥାନାରେ ଏକ ଲିଖିତ ଅଭିଯୋଗ ପତ୍ର ଦାଖଲ କରିବା ପରେ ତତ୍କାଳୀନ ଥାନା ଆଇଆଇସି ଭଗବାନ ପୂଜାରୀ ଥାନା ଏକ ମାମଲା ରୁଜୁ କରିଛନ୍ତି।

 

ନାବାଳିକା ଏବେ ୬ମାସର ଅନ୍ତସତ୍ଵା। ଏହି ଘଟଣା ନାବାଳିକାର ପରିବାର ଲୋକ ଜାଣିବା ପରେ ୧୧ତାରିଖ ଦିନ ସ୍ଥାନୀୟ ଥାନାରେ ଏକ ଲିଖିତ ଅଭିଯୋଗ ପତ୍ର ଦାଖଲ କରିବା ପରେ ତତ୍କାଳୀନ ଥାନା ଆଇଆଇସି ଭଗବାନ ପୂଜାରୀ ଥାନା ଏକ ମାମଲା ରୁଜୁ କରିଛନ୍ତି। ଥାନା ଏସଆଇ ସିଏଚ କମରାଜୁ ରେଡ୍ଡୀଙ୍କୁ ତଦନ୍ତ ଭାର ପ୍ରଦାନ କରିଥିଲେ। ତଦନ୍ତକାରୀ ଅଧିକାରୀ ଘଟଣାର ତଦନ୍ତ କରିବା ସହ ଫୁଲବାଣୀ ଜିଲ୍ଲା ହସ୍ପିଟାଲରେ ନାବାଳିକାର ଡାକ୍ତରୀ ମାଇନା କରିବା ସହ ଅଭିଯୁକ୍ତ ସ୍ଥାନୀୟ ଏନଏସି ଅନ୍ତର୍ଗତ କନାବାଗେରି ଟକିନାଜୁର ଦିନେଶ ପ୍ରଧାନ(୨୨)ଙ୍କୁ ଗିରଫ କରି ଡାକ୍ତରୀମାଇନା କରିବା ସହ ଫୁଲବାଣୀ ପୋକସୋ କୋର୍ଟକୁ ଚାଲାଣ କରିଥିବା ଥାନା ଆଇଆଇସି ତପନ କୁମାର ପତି ସୂଚନା ପ୍ରଦାନ କରିଛନ୍ତି।