ଭଞ୍ଜନଗର: ବେଆଇନ ବନ୍ଧୁକ ରଖିଥିବା ଅପରାଧୀଙ୍କୁ ଦମନ କରିବା ପାଇଁ ଗଂଜାମ ଜିଲ୍ଲା ପୁଲିସ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଅପରେସନରେ ଆଉ ଏକ ସଫଳତା ମିଳିଛି। ଭଞ୍ଜନଗର ପୁଲିସ ଆଜି ୯ଜଣ ଅଭିଯୁକ୍ତଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ୫ଟି ବନ୍ଧୁକ, ଦୁଇଟି ଖେଳନା ପିସ୍ତଲ ସହ ବିଭିନ୍ନ ପ୍ରକାରର ୧୬ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିବା ସହ ଗୋଟିଏ ଲେଖାଏଁ କାନ୍ତି ଓ ଖଣ୍ଡା ସମେତ ୫ମୋବାଇଲ ଆଦି ଜବତ ହୋଇଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ ସୂଚନା ଦେଇଛନ୍ତି।
ତାଙ୍କର ସୂଚନା ଅନୁଯାୟୀ, ଭଞ୍ଜନଗର ପୁଲିସ ପକ୍ଷରୁ ଏଭଳି ବେଆଇନ ବନ୍ଧୁକ ଧରିବା ଦିଗରେ ସ୍ୱତନ୍ତ୍ର ଟିମ ଗଠନ ହୋଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ବେଳେ ଗତକାଲି ରାତ୍ରିକାଳୀନ ପାଟ୍ରୋଲିଂ ଚାଲିଥିବା ବେଳେ ଜିଲୁଣ୍ଡି ତାରିଣୀ ମନ୍ଦିର ଭିତରେ ସନ୍ଦେହ ଜନକ ଭାବେ କିଛି ଲୋକ ବସିଥିବା ଖବର ପାଇଥିଲେ। ପୁଲିସ ସେଠାରେ ପହଁଚିବା ପରେ ସେମାନେ ସେଠାରୁ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ଭୁବନେଶ୍ୱର ନୟାପଲ୍ଲୀର ସରୋଜ ଦାସ, ବେଲଗୁଣ୍ଠା ଥାନା ଅଞ୍ଚଳର ବ୍ରଜ ମୋହନ ସାହୁ,କଇଣ୍ଡି ଗ୍ରାମର ଅନୀଲ ବେହେରା, ଲାଲସିଙ୍ଗିର ସନାତନ ପ୍ରଧାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଏହାପରେ ସେମାନଙ୍କୁ ପଚରାଉଚରା କରିବା ବେଳେ ଆଉ ୫ଜଣ ଲଣ୍ଡେଇ ସାହିର ଏକ ଭଡ଼ା ଘରେ ରହିଥିବା ସେମାନେ କହିଥିଲେ।
ଭଞ୍ଜନଗର ପୁଲିସ ପକ୍ଷରୁ ଏଭଳି ବେଆଇନ ବନ୍ଧୁକ ଧରିବା ଦିଗରେ ସ୍ୱତନ୍ତ୍ର ଟିମ ଗଠନ ହୋଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ବେଳେ ଗତକାଲି ରାତ୍ରିକାଳୀନ ପାଟ୍ରୋଲିଂ ଚାଲିଥିବା ବେଳେ ଜିଲୁଣ୍ଡି ତାରିଣୀ ମନ୍ଦିର ଭିତରେ ସନ୍ଦେହ ଜନକ ଭାବେ କିଛି ଲୋକ ବସିଥିବା ଖବର ପାଇଥିଲେ। ପୁଲିସ ସେଠାରେ ପହଁଚିବା ପରେ ସେମାନେ ସେଠାରୁ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ଭୁବନେଶ୍ୱର ନୟାପଲ୍ଲୀର ସରୋଜ ଦାସ, ବେଲଗୁଣ୍ଠା ଥାନା ଅଞ୍ଚଳର ବ୍ରଜ ମୋହନ ସାହୁ,କଇଣ୍ଡି ଗ୍ରାମର ଅନୀଲ ବେହେରା, ଲାଲସିଙ୍ଗିର ସନାତନ ପ୍ରଧାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଏହାପରେ ସେମାନଙ୍କୁ ପଚରାଉଚରା କରିବା ବେଳେ ଆଉ ୫ଜଣ ଲଣ୍ଡେଇ ସାହିର ଏକ ଭଡ଼ା ଘରେ ରହିଥିବା ସେମାନେ କହିଥିଲେ।ଏହାପରେ ପୁଲିସ ଲଣ୍ଡେଇସାହି ସ୍ଥିତ ଭଡ଼ାଘରେ ଚଢ଼ଉ କରି ଅଗଝୋଳ ଗ୍ରାମର ଦିବ୍ୟାଙ୍ଗ ଆରୁଖ, ଜାମପଲିର ସୁନୀଲ ସାବତ, ଲଣ୍ଡେଇ ସାହିର ସଂଗ୍ରାମ କିଶୋର ଭୂୟାଁ, ଜିଲୁଣ୍ଡିର ବାଦଲ ସାହୁ ଓ ବିଂଝିଗିରୀର ଟୁକୁନା ପାତ୍ରକୁ ଗିରଫ କରିବା ସହ ସମସ୍ତ ଅଭିଯୁକ୍ତକୁ ଯାଞ୍ଚ କରିବା ସମୟରେ ବନ୍ଧୁକ ଗୁଳି ଓ ମାରଣାସ୍ତ୍ର ଆଦି ମିଳିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ।
ଏହାପରେ ପୁଲିସ ଲଣ୍ଡେଇସାହି ସ୍ଥିତ ଭଡ଼ାଘରେ ଚଢ଼ଉ କରି ଅଗଝୋଳ ଗ୍ରାମର ଦିବ୍ୟାଙ୍ଗ ଆରୁଖ, ଜାମପଲିର ସୁନୀଲ ସାବତ, ଲଣ୍ଡେଇ ସାହିର ସଂଗ୍ରାମ କିଶୋର ଭୂୟାଁ, ଜିଲୁଣ୍ଡିର ବାଦଲ ସାହୁ ଓ ବିଂଝିଗିରୀର ଟୁକୁନା ପାତ୍ରକୁ ଗିରଫ କରିବା ସହ ସମସ୍ତ ଅଭିଯୁକ୍ତକୁ ଯାଞ୍ଚ କରିବା ସମୟରେ ବନ୍ଧୁକ ଗୁଳି ଓ ମାରଣାସ୍ତ୍ର ଆଦି ମିଳିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ। ଏଥିରେ ଅତିରିକ୍ତ ଏସପି ଶ୍ରୀ ଦେଙ୍କ ସମେତ ଏସଡିପିଓ ସୁଜିତ କୁମାର ନାୟକ, ଥାନାଧିକାରୀ ଜୀବନାନନ୍ଦ ଜେନା, ଏସଆଇ ସମୀର କୁମାର ସେଠୀ, ଲଷ୍ମୀଧର ମହାନ୍ତି,ଲିପିନା ବିଶ୍ୱାଳ,ଏଏସଆଇ ସତ୍ୟ ନାରାୟଣ ମଳିକ, ଶରତ ଚନ୍ଦ୍ର ପଣ୍ଡାଙ୍କ ସମେତ ଥାନାର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।
crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/05/27/oEQ5kzNs4LiMrEcCfOdh.jpg)