ମାଲକାନଗିରି: ସୀମାନ୍ତ ଛତିଶଗଡର ଦନ୍ତେଵାଡା ଏବଂ ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ୨୯ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ନାମରେ ସରକାର ୫୫ ଲକ୍ଷ ଟଂକା ପୁରସ୍କାର ଘୋଷଣା କରିଥିଲେ। ସେହିପରି ବିଭିନ୍ନ ଥାନା ପକ୍ଷରୁ ୭ ଜଣ ଦୁର୍ଦାନ୍ତ ନକ୍ସଲକୁ ମଧ୍ୟ ଗିରଫ କରାଯାଇଛି। ଦନ୍ତେୱାଡ଼ା ଜିଲ୍ଲା ପୁଲିସ ନିକଟରେ ୨୫ ଲକ୍ଷ ୫୦ ହଜାର ଟଂକାର ପୁରସ୍କାର ଘୋଷିତ ୧୩ ଜଣ ନକ୍ସଲ ସମେତ ୨୧ ଜଣ ନକ୍ସଲ ଆତ୍ମସମର୍ପଣ କରିଥିଲେ।
ଏମାନଙ୍କ ମଧ୍ୟରୁ କାୟେ ଅରଫ କେସା ଲଖମା ନାମରେ ୮ ଲକ୍ଷ ଟଂକାର ପୁରସ୍କାର ରହିଥିଲା। ସେହିପରି ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ୩୦ ଲକ୍ଷ ଟଂକା ଘୋଷିତ ୬ ମହିଳା ନକ୍ସଲ ସହ ୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସମସ୍ତେ ସଂଗଠନରେ ହେଉଥିବା ଭେଦଭାବ, ନିର୍ଯାତନା, ପୁଲିସର ଚଢ଼ଉରେ ଭୟଭିତ ହୋଇ ସଂଗଠନ ଛାଡି ଆତ୍ମସମର୍ପଣ କରିଥିବା କହିଛନ୍ତି।
ସମସ୍ତଙ୍କୁ ପ୍ରଶାସନ ତରଫରୁ ୫୦ ହଜାର ଟଂକା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଦୁର୍ଦାନ୍ତ ଡାକ୍ତର ସୁଖଲାଲ ନାମରେ ୮ ଲକ୍ଷ, ହିମାଂଶୁ ନାମରେ ୮ ଲକ୍ଷ, କମଲା ନାମରେ ୫ ଲକ୍ଷ,ସୁନିତା ନାମରେ ୫ ଲକ୍ଷ ଏବଂ ଛୋଟ କ୍ୟାଡର ନକ୍ସଲମାନଙ୍କ ନାମରେ ୧ ଲକ୍ଷ ଲେଖାଏଁ ରହିଥିବା ପୁଲିସ କହିଛି।
ତେବେ ବିଜାପୁର ପୁଲିସ ୫ ଜଣ ନକ୍ସଲକୁ ଗିରଫ କରିଥିବା ବେଳେ ସୁକମା ପୁଲିସ ୨ ଜଣ ପୁଲିସକୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଗିରଫ ହୋଇଥିବା ନକ୍ସଲ ନାମରେ ମଧ୍ୟ ୮ ଲକ୍ଷ ଟଂକାର ପୁରସ୍କାର ରହିଥିବା ପୁଲିସ କହିଛି।
maoists
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/21/mkg-29-naxal-surrender-1-2025-08-21-20-06-49.jpg)