ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମିଳନ ପାଇଁ ପରସ୍ପର ସହ ସଂଘର୍ଷରେ ଗୁରୁତର ହୋଇଥିବା ୩ ବର୍ଷ ବୟସର ଯୁବ ଜଳହସ୍ତୀର ମୃତ୍ୟୁ ହୋଇଛି। ଚଳିତ ମାସ ୨ ତାରିଖରେ ଜଳହସ୍ତୀ ଘରର ୬୨ ନମ୍ବର ଓ ୬୩ ନମ୍ବର ଖୁଆଡ ମଝି ପାଚେରୀ ଭାଙ୍ଗି ଅପରପାର୍ଶ୍ଵର ମାଈ ସହ ମିଳନ ଉଦ୍ଦେଶ୍ୟରେ ଅନୁପ୍ରବେଶ କରିଥିଲା।

Advertisment

ଅପରପାର୍ଶ୍ଵର ପରିବାର ମୁଖିଆ ବୟସ୍କ ଜଳହସ୍ତୀ ସହ ଘମାଘୋଟ ଲଢେଇ ହୋଇଥିଲା। ବୟସ୍କର ଆକ୍ରମଣରେ ଯୁବ ଜଳହସ୍ତୀ ପରାସ୍ତ ହେବା ସହ ଶରୀର ସାରା କ୍ଷତବିକ୍ଷତ  ହୋଇ ଗୁରୁତର ଆହତ ହୋଇଥିଲା। ଗୁରୁତର ଜଳହସ୍ତୀ ଭୟରେ କାଞ୍ଜିଆ ହ୍ରଦ କୂଳକୁ ଲାଗି ରହିଥିବା ପାଚେରୀକଡ଼ର ଏକ କନ୍ଦି ଜାଗାରେ ଲୁଚି ରହୁଥିଲା।

ଅପରପାର୍ଶ୍ଵର ପରିବାର ମୁଖିଆ ବୟସ୍କ ଜଳହସ୍ତୀ ସହ ଘମାଘୋଟ ଲଢେଇ ହୋଇଥିଲା। ବୟସ୍କର ଆକ୍ରମଣରେ ଯୁବ ଜଳହସ୍ତୀ ପରାସ୍ତ ହେବା ସହ ଶରୀର ସାରା କ୍ଷତବିକ୍ଷତ  ହୋଇ ଗୁରୁତର ଆହତ ହୋଇଥିଲା।

ଅନ୍ୟ ଜଳ ହସ୍ତୀମାନେ ତାକୁ ଜଗି ରହିବା ସହ ସେଠାରୁ ବାହାରିବାକୁ ଦେଉନଥିଲେ। ଫଳରେ ଗୁରୁତର ଜଳହସ୍ତୀଟିକୁ ସେଠାରୁ ଅଲଗା କରିବା ଓ ବାହରକୁ ଆଣି ଚିକିତ୍ସା କରିବା ନନ୍ଦନକାନନ କର୍ମଚାରୀଙ୍କ ପାଇଁ ସମ୍ଭବ ହୋଇପାରୁ ନଥିଲା। ଶେଷରେ ୨୦ ଦିନର ସଂଘର୍ଷ ପରେ ଜଳହସ୍ତୀଟିର ମୃତ୍ୟୁ ହୋଇଛି। ମୃତ୍ୟୁ ଫଳରେ ନନ୍ଦନକାନନର ଜଳହସ୍ତୀ ସଂଖ୍ୟା ଦୁଇ ଅଙ୍କରୁ ତଳକୁ ଖସି ଆସିଛି।  ଏବେ ମୋଟ ୯ଟି ଜଳହସ୍ତୀ ଅଛନ୍ତି।