ଘୁମୁସର ଉଦୟଗିରି: ଗରିବଙ୍କ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମାଳମାଳ କଲ୍ୟାଣ ଯୋଜନା ରହିଛି। ହେଲେ ପ୍ରକୃତ ଗରିବ ଅସହାୟ ପରିବାର ସରକାରୀ ଯୋଜନା ପାଇ ପାରୁନାହାନ୍ତି ନା ଯୋଜନା ତାଙ୍କ ପାଖରେ ପହଞ୍ଚି ନ ପାରି ବାଟ ବଣା ହେଇଯାଉଛି ତାହା ଏକ ବଡ଼ ପ୍ରଶ୍ନ। କାରଣ ଏହିଭଳି ଶହ ଶହ ଗରିବ ପରିବାର ଆଜିବି ମୁଣ୍ଡ ଗୁଞ୍ଜିବାକୁ ଭଲ ପକ୍କା ଘର ଖଣ୍ଡେ କରି ନପାରି ଭଙ୍ଗା ଦଦରା ଝାଟିମାଟି ଘରେ ମୁଣ୍ଡ ଗୁଞ୍ଜି ଭଗବାନଙ୍କ ସାହରାରେ ପଡିରହିଥିବା ଦୃଶ୍ୟ କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳୁଥିବା ବେଳେ ତାର ଏକ ଉଦାହରଣ ହେଉଛି କ ନୂଆଗାଁ ବ୍ଲକର ବଣ୍ଡଗୁଡ଼ା ପଞ୍ଚାୟତ ଡାଡି ଗ୍ରାମର କାଳୀନ୍ଦ୍ରୀ ପ୍ରଧାନ ଏକ ଭଙ୍ଗା ଦଦରା ଘର। ସେ ଦୟନୀୟ ଭାବରେ ଜୀବନ କାଟୁଛନ୍ତି। 

Advertisment

ଦୈନିକ କୁଲି ମଜୁରି କରି ଯେତିକି ମିଳୁଛି, ସେତିକିରେ ପରିବାର ଚଳିବା କଷ୍ଟକର। ପୁଣି ଏମିତି ଅବସ୍ଥାରେ ଖଣ୍ଡିଏ ପକ୍କା ଘର ତିଆରି କରିବା ତାଙ୍କ ପକ୍ଷେ ଅସମ୍ଭବ ବୋଲି କହିଛନ୍ତି। ଦୀର୍ଘ ବର୍ଷ  ଭଙ୍ଗା ଦଦରା ମାଟି ଘରେ ବିତୁଛି ଜୀବନ ଫେଲ୍ ମାରିଛି ସରକାରଙ୍କ ତରଫରୁ ବିଭିନ୍ନ ଆବାସ ଯୋଜନା କାର୍ଯ୍ୟକ୍ରମ। କାଳିନ୍ଦୀଙ୍କ ଘର ନଷ୍ଟ ହେବାକୁ ଗଲାଣି ଘରର ମାଟି କାନ୍ଥ ସବୁ ଫାଟି ଆଁ କରିଛି। ଏପରି ବିପଦ ସଙ୍କୁଳ ଅବସ୍ଥା ଘରେ ପରିବାର ଧରି ରାତ୍ରିଯାପନ କରୁଛନ୍ତି। ଘର କରିବା ପାଇଁ ହାତ ରେ ସମ୍ଭଳ ନାହିଁ। ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି କହିଛନ୍ତି କାଳୀନ୍ଦ୍ରୀ ପ୍ରଧାନ।

ବର୍ଷାରେ ଘରର ଛପର ନଷ୍ଟ ହେବାରୁ ବର୍ଷା ପାଣି ଘର ଭିତରେ ଜମିକି ରହୁଛି, ଯାହା ଫଳରେ ପରିବାର ଲୋକେ ଘର ଖଣ୍ଡିଏ ପାଇଁ ବହୁତ ଅସୁବିଧା ସମୁଖୀନ ହେଉଥିବା କହିଛନ୍ତି। ଦିନେ ନୁହେଁ କି ମାସେ ନୁହେଁ। ବର୍ଷବର୍ଷ ମାଟି ଘରେ ହିଁ ବିତୁଛି ଜୀବନ। ତେଣୁ ପ୍ରଶାସନ ଏଥିପ୍ରତି ସଠିକ ଦୃଷ୍ଟି ଆକର୍ଷଣ କରିବା ସହ କାଳନ୍ଦ୍ରୀ ପ୍ରଧାନଙ୍କୁ ଆବାସ ଗୃହ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।