କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ସୁନାଇଲୋ ଅ˚ଚଳରେ ଜଣେ ଯୁବତୀ ଗତକାଲି ଆତ୍ମହତ୍ୟା କରିଥିଲେ। ମୃତ ଯୁବତୀ ଜଣକ ହେଉଛନ୍ତି ରାଜକନିକା ତରାସ ଅ˚ଚଳର ପ୍ରତୀକ୍ଷା ନାୟକ(୨୫)। ତେବେ ତାଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିନାହିଁ। ଏଣେ ପୁଲିସ ଏହି ମାମଲାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ପୌରପାଳିକାରେ ସୁପରଭାଇଜର୍ ଭାବେ କାମ କରୁଥିଲେ
ପୁଲିସ ଶବ ଜବତ କରି ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି। ମୃତା ପ୍ରତୀକ୍ଷା କେନ୍ଦ୍ରାପଡ଼ା ପୌରପାଳିକାରେ ସୁପରଭାଇଜର୍ ଭାବେ କାମ କରୁଥିଲେ। ଗଲା ପ୍ରାୟ ଆଠ ମାସ ହେବ ତାଙ୍କର ଆଉ ଚାକିରି ନ ଥିଲା। କିନ୍ତୁ ସୁନାଇଲୋସ୍ଥିତ ଭଡ଼ା ଘରେ ସେ ଏକୁଟିଆ ରହି ଆସୁଥିଲେ। ତେବେ ଗତକାଲି ସକାଳୁ ପରିବାର ଲୋକଙ୍କ ଫୋନ୍ ନ ଉଠାଇବାରୁ ସନ୍ଦେହ ବଢ଼ିଥିଲା। ସନ୍ଧ୍ୟାରେ ପୁଲିସ ଉପସ୍ଥିତିରେ କବାଟ ଭ˚ଗାଯିବା ପରେ ତାଙ୍କ ମୃତ୍ୟୁ ଖବର ଜଣାପଡ଼ିଥିଲା। ବେକରେ ଶାଢ଼ି ଗୁଡ଼ାଇ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଥିବା ଟାଉନ ଥାନାଧିକାରୀ ଦିଲ୍ଲୀପ ସାହୁ ସୂଚନା ଦେଇଛନ୍ତି।
Accident 2 Young Men Death ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ସ୍କୁଟି ଆରୋହୀଙ୍କ ଜୀବନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)