ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର କଲେଜ ଛକ ନିକଟରେ ବୁଧବାର ଅପରାହ୍ଣରେ ଏକ ଯାତ୍ରୀବାହୀ ବସ୍ ସହିତ ଦ୍ରୁତଗାମୀ ଟ୍ରକ୍ର ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣା ଯୋଗୁଁ ବସ୍ରେ ଥିବା ୪୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣା କାରଣରୁ ଟ୍ରକ୍ ଡ୍ରାଇଭର ମଧ୍ୟ ଗୁରୁତର ଅଛନ୍ତି।
ଏକ ଘରୋଇ ବସ୍ ‘ଅଜୟ’ ଆଜି ଅପରାହ୍ଣରେ ଭୁବନେଶ୍ବରରୁ କୋଲକାତା ଅଭିମୁଖେ ଯାଉଥିଲା। ବସ୍ଟି ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର କଲେଜ ଛକ ନିକଟରେ ପହଞ୍ଚିଲା ପରେ ଏକ ଦୁର୍ଘଟଣାର ସାମ୍ନା କରିଥିଲା।
/sambad/media/media_files/2025/04/16/838d5ed8-894a-4d28-8180-74b856441dee-574942.jpg)
ସୂଚନା ଅନୁସାରେ ଏକ ଘରୋଇ ବସ୍ ‘ଅଜୟ’ ଆଜି ଅପରାହ୍ଣରେ ଭୁବନେଶ୍ବରରୁ କୋଲକାତା ଅଭିମୁଖେ ଯାଉଥିଲା। ବସ୍ଟି ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର କଲେଜ ଛକ ନିକଟରେ ପହଞ୍ଚିଲା ପରେ ଏକ ଦୁର୍ଘଟଣାର ସାମ୍ନା କରିଥିଲା। ବିପରୀତ ଦିଗରୁ ଯାଜପୁର ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ଟ୍ରକ୍ ନିୟନ୍ତ୍ରଣ ହରାଇଥିଲା। ଟ୍ରକ୍ଟି ଯାଇ ଯାତ୍ରୀବାହୀ ବସ୍କୁ ଧକ୍କା ଦେଇଥିଲା। ଫଳରେ ବସ୍ରେ ଥିବା ୪୦ ଜଣ ଯାତ୍ରୀ ଆହତ ହୋଇଥିଲେ।
ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ସ୍ଥାନୀୟ ଲୋକଙ୍କର ସହାୟତାରେ ବସ୍ରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି। ସେହିପରି ଟ୍ରକ୍ର ଡ୍ରାଇଭର ଚାପି ହୋଇଥିବାରୁ ତାଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଟ୍ରକ୍ ଡ୍ରାଇଭର ବିହାରର ଆରା ଜିଲ୍ଲା ମଙ୍ଗୋରୀ ଗ୍ରାମର ନିବାସୀ ରମଶେ ଚନ୍ଦ୍ର ପାଣ୍ଡେ।
Accident | Baleswar
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/04/16/rasg8AcMCayzBgfA6MJB.jpg)