ରାଉରକେଲା: ସହରରେ ନିୟମିତ ବ୍ୟବଧାନରେ ଗଣଦୁଷ୍କର୍ମ ଘଟୁଛି। ବିଶେଷକରି ଗତ ଦୁଇ ସପ୍ତାହ ଭିତରେ ୨ଟି ଗଣଦୁଷ୍କର୍ମ, ନାବାଳିକାଙ୍କୁ ଦୁଷ୍କର୍ମ, ନାବାଳିକାଙ୍କୁ ଅସଦାଚରଣ ଓ ଅପହରଣ ଆଦି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏବେ ପୁଣି ଜଣେ ନାବାଳିକା(୧୭) ଦୁଷ୍କର୍ମର ଶିକାର ହୋଇଛନ୍ତି। ନାବାଳିକାଙ୍କ ବାପାଙ୍କ ଜଣେ ବନ୍ଧୁ ଗତ ଦୁଇବର୍ଷ ହେଲା ଦୁଷ୍କର୍ମ କରୁଥିବା ରଘୁନାଥପାଲି ଥାନାରେ ଏତଲା ହୋଇଛି। ଅଭିଯୁକ୍ତ ସିଭିଲ୍ ଟାଉନସିପ୍ ଅଞ୍ଚଳର ରାଜନ ଶ୍ରୀବାସ୍ତବ(୪୮)ଙ୍କ ନାଁରେ ପୁଲିସ ମାମଲା ରୁଜକରି ତଦନ୍ତ ଆରମ୍ଭ କରିଛି।
ପୁଲିସ ସୂଚନାଅନୁସାରେ, ଅଭିଯୁକ୍ତ ରାଜନ ରାଉରକେଲା ସହ ଦିଲ୍ଲୀରେ ମଧ୍ୟ ବ୍ୟବସାୟ କରନ୍ତି। ତେଣୁ ନିୟମିତ ଦିଲ୍ଲୀରୁ ରାଉରକେଲା ଯିବାଆସିବା କରନ୍ତି। ଅଭିଯୁକ୍ତ ଗତ ୨ ବର୍ଷ ହେଲା ଜଣେ ନାବାଳିକା(୧୭)ଙ୍କ ସହ ଦୁଷ୍କର୍ମ କରୁଥିଲେ।
ନାବାଳିକାଙ୍କ ସହ ଦୁଷ୍କର୍ମ ପରେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ତେଣୁ ପୀଡ଼ିତା ଭୟଭୀତ ହୋଇ ପରିବାରବର୍ଗଙ୍କୁ କିଛି କହିନଥିଲେ। ତେବେ ଶେଷରେ ସାହସ ଜୁଟାଇ ବାପାଙ୍କୁ ସବୁ କହିଦେଇଥିଲେ। ଆଜି ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ପୁଲିସ ତନାଘନା ଜାରି ରଖିଛି। ଅଭିଯୁକ୍ତ ଫେରାର ହୋଇଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/post_attachments/wp-content/uploads/2017/12/minor.jpg)