ରାଉରକେଲା: ଯୁବକଙ୍କ ଆଦର୍ଶ ହେଉଛନ୍ତି ସ୍ବାମୀ ବିବେକାନନ୍ଦ। ସହିଦ ଭଗତ ସିଂହ, ବିର୍ସା ମୁଣ୍ଡା, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ ଓ ବାଜି ରାଉତ। କୌଣସି ସମାଜର ନେତୃତ୍ବ ଯୁବକମାନେ ହିଁ ନେଇଥାନ୍ତି। ଏମାନେ ଭୌତିକ ସୁଖ ତ୍ୟାଗ କରି ସମାଜ ଓ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଏବିଭିପିର ବିଚାର କୌଣସି ନୂଆ ବିଚାର ନୁହେଁ, ବରଂ ଏହା ଅନନ୍ତକାଳରୁ ଥିବା ଭାରତୀୟ ସଭ୍ୟତା, ସଂସ୍କୃତି ଓ ଶିକ୍ଷା ପ୍ରଣାଳୀକୁ ନୂଆପିଢ଼ି ପାଖରେ ପହଞ୍ଚାଇବାର ଏକ ମାଧ୍ୟମ। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ବଟବୃକ୍ଷ। ଆମେମାନେ ତା’ର ଶାଖା ଓ ପ୍ରଶାଖା। ବ୍ୟକ୍ତିତ୍ବ ଗଠନ କରିବାରେ ଏବିିଭିପି ସର୍ବଶ୍ରେଷ୍ଠ ମୁକ୍ତ ବିଦ୍ୟାଳୟ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ରାଉରକେଲାକୁ ‘ଲଘୁ ଭାରତ’ ଆଖ୍ୟା
ରାଉରକେଲା ସେକ୍ଟର-୬ସ୍ଥ ସରସ୍ବତୀ ବିଦ୍ୟାମନ୍ଦିର ପରିସରରେ ଏବିଭିପି ଓଡ଼ିଶା ପଶ୍ଚିମର ୫୦ତମ ରାଜ୍ୟ ଅଧିବେଶନରେ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ରଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ରାଉରକେଲାକୁ ‘ଲଘୁ ଭାରତ’ ବୋଲି କୁହାଯାଏ। ସୁନ୍ଦରଗଡ଼ ତଥା ପଶ୍ଚିମ ଓଡ଼ିଶାରେ ପରିଷଦର କାମ ପ୍ରାୟ ୪୦ରୁ ୪୫ ବର୍ଷର ପୁରୁଣା । ରାଉରକେଲାର ସରସ୍ୱତୀ ଶିଶୁ ମନ୍ଦିରର ପ୍ରେରଣାରୁ ଆରମ୍ଭ ହୋଇଥିବା ‘ଶିଶୁ ବାଟିକା’ ଆଜି ଭାରତର ନୂତନ ଶିକ୍ଷାନୀତିର ଏକ ଅଂଶ। ଆମେ କେବଳ ଇଂରାଜୀ ଶାସନରେ ପରାଧୀନ ନଥିଲେ, ବରଂ ଦଶମ ଶତାବ୍ଦୀରୁ ଉନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଆମେ ପରାଧୀନତା ସହିଛୁ। ଏହି ସମୟରେ ଆମ ସଭ୍ୟତା ଓ ସଂସ୍କୃତି ଉପରେ ଅନେକ ଆକ୍ରମଣ ହୋଇଥିଲେ ମଧ୍ୟ ଭାରତୀୟ ଅସ୍ମିତା ବଞ୍ଚି ରହିଥିଲା। ମୋର ଦୃଢ଼ ବିଶ୍ୱାସ ଯେ, ଆଗାମୀ ୫୦ ବର୍ଷର ନେତୃତ୍ୱ ଆମ ଯୁବପିଢ଼ି ନେବେ। ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ସ୍ୱପ୍ନ ପୂରଣ ପାଇଁ ଏବିଭିପି ଛାତ୍ରଛାତ୍ରୀଙ୍କୁ ୭ଟି ପ୍ରମୁଖ ଦାୟିତ୍ୱ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ।
ଆହୁରି ପଢ଼ନ୍ତୁ:Naxals Reveal Their Presence: ପୁଲିସ ଇନଫର୍ମର ଦର୍ଶାଇ ଆତ୍ମସମର୍ପଣ କରିଥିବା ନକ୍ସଲକୁ ହତ୍ୟା
୨୦୩୬ରେ ଓଡ଼ିଶା ଗଠନର ଶହେ ବର୍ଷ ପୂର୍ତ୍ତି ଅବସରରେ ସମୃଦ୍ଧ ଓଡ଼ିଶାର ସଂକଳ୍ପ ନେବା, ଜାତୀୟ ଶିକ୍ଷା ନୀତି ଅନୁସାରେ ମାତୃଭାଷାରେ ଶିକ୍ଷାଦାନକୁ ପ୍ରୋତ୍ସାହିତ କରିବା। ଓଡ଼ିଶାର କୌଣସି ଶିଶୁ ଯେପରି କୁପୋଷଣର ଶିକାର ନହେବେ, ସେଥିପ୍ରତି ଦାୟିତ୍ୱ ନେବା। ‘ବିକଶିତ ଭାରତ’ ପାଇଁ ଆମକୁ ମାନବ ସମ୍ବଳର କାର୍ଯ୍ୟଶକ୍ତି ୫୦% ରୁ ୭୫% କୁ ବୃଦ୍ଧି କରିବା, ଯୁବପିଢ଼ିଙ୍କୁ ଚାକିରି ଖୋଜିବା ବଦଳରେ ଚାକିରି ତିଆରି କଲଭଳି ପରିବେଶ ପ୍ରସ୍ତୁତ କରିବା ବୋଲି କହିଥି​ଲେ। ଏବିଭିପିର ରାଷ୍ଟ୍ରୀୟ ଉପସଭାପତି ପ୍ର. ଆଶୁତୋଷ ମାଣ୍ଡାବି ଅତିଥି ଭାବେ ଯୋଗଦେଇ ରାଷ୍ଟ୍ର ନିର୍ମାଣରେ ଏବିଭିପିର ପ୍ରମୁଖ ଭୂମିକା ରହିଛି ବୋଲି କହିଥିଲେ। ଓଡ଼ିଶା ପଶ୍ଚିମ ପ୍ରାନ୍ତର ସଭାପତି ଡ. ସଞ୍ଜୀବ ନାୟକ, ରାଜ୍ୟ ସମ୍ପାଦକ ଶ୍ବେତାଂଶୁ ଶେଖର ବରାଇ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ଆଞ୍ଚଲ ଚୌଧୁରୀ, ରାଉରକେଲା ମହାନଗର ସଭାପତି ଦେବଶ୍ରୀ ଦାସ, ସ୍ବାଗତ ସମିତିର ଅଧ୍ୟକ୍ଷ ଦେବାଶିଷ ଦାସ ବକ୍ତବ୍ୟ ରଖିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁବ୍ରତ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ଅଧିବେଶନରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସହ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଓଡ଼ିଶାର ୧୪ଟି ଜିଲ୍ଲାର ଏବିଭିପିର ୪୦୦ରୁ ଅଧିକ ପ୍ରତିନିଧି ସାମିଲ ହୋଇଥିଲେ।
ଆହୁରି ପଢ଼ନ୍ତୁ:Kharif Mandi: ଖରିଫ ମଣ୍ଡିରେ ୧୪୪ଚାଷୀଙ୍କ ୬୬୧୬ କୁଇଣ୍ଟାଲ କିଣିଲେଣି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/12/28/whatsapp-image-2025-12-28-08-52-47.jpeg)