ନାଲକୋ ନଗର:୫୫ଜାତୀୟ ରାଜପଥ ଅନଗୁଳ ଥାନା ଅନ୍ତର୍ଗତ ପ୍ରଶାନ୍ତି ହୋଟେଲ ନିକଟରେ ବାଇକକୁ ଅଜଣା ଟ୍ରକ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳ‌ରେ ବାଇକ ଆରୋହୀ ମୃତ।

Advertisment

ଆଜି ଭୋର ୫.୩୦ସମୟରେ ତୁରଙ୍ଗ ଦୁର୍ଗା ବିହାର  ଅଞ୍ଚଳରେ ଭଡ଼ା ଘରେ ରହୁଥିବା ଦୁଇ ସାଥୀ ଜିନ୍ଦଲ ଷ୍ଟିଲ୍ ପ୍ଲାଣ୍ଟକୁ ଏ ସିଫ୍ଟ ଡିଉଟିକୁ ଯିବା ସମୟରେ ପ୍ରଶାନ୍ତି ହୋଟେଲ ନିକଟରେ ଅଜଣା ଟ୍ରକ ପଛରୁ ଧକ୍କା ଦେଇଥିଲା । ବାଇକରେ ଯାଉଥିବା ଦୁଇ ସାଙ୍ଗ ବିକ୍ରମ ରାଉତ ରାଏ ଓ  କରଣବୀର ଗୋପୀଙ୍କୁ ପଛରୁ ଧକ୍କା ଦେଇଥିଲା ଟ୍ରକ୍। ଘଟଣା ସ୍ଥଳରେ ବିକ୍ରମଙ୍କ ମୃତ୍ୟୁ ଘଟିଥିବା ବେଳେ କରଣବୀରଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଗୁରୁତର ଅବସ୍ଥାରେ ଅନଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର ୫.୩୦ସମୟରେ ତୁରଙ୍ଗ ଦୁର୍ଗା ବିହାର  ଅଞ୍ଚଳରେ ଭଡ଼ା ଘରେ ରହୁଥିବା ଦୁଇ ସାଥୀ ଜିନ୍ଦଲ ଷ୍ଟିଲ୍ ପ୍ଲାଣ୍ଟକୁ ଏ ସିଫ୍ଟ ଡିଉଟିକୁ ଯିବା ସମୟରେ ପ୍ରଶାନ୍ତି ହୋଟେଲ ନିକଟରେ ଅଜଣା ଟ୍ରକ ପଛରୁ ଧକ୍କା ଦେଇଥିଲା । ବାଇକରେ ଯାଉଥିବା ଦୁଇ ସାଙ୍ଗ ବିକ୍ରମ ରାଉତ ରାଏ ଓ  କରଣବୀର ଗୋପୀଙ୍କୁ ପଛରୁ ଧକ୍କା ଦେଇଥିଲା ଟ୍ରକ୍। ଘଟଣା ସ୍ଥଳରେ ବିକ୍ରମଙ୍କ ମୃତ୍ୟୁ ଘଟିଥିବା ବେଳେ କରଣବୀରଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଗୁରୁତର ଅବସ୍ଥାରେ ଅନଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା। କିଛି ସମୟ ପରେ ଅନୁଗୁଳ ପୁଲିସ ପହଞ୍ଚି ବାଇକକୁ ଜବତ କରିବା ସହ ଟ୍ରାଫିକ ନିୟନ୍ତ୍ରଣ କରିଥିଲା। ମୃତ ଯୁବଙ୍କଙ୍କ ଶବକୁ ଉଦ୍ଧାର କରିଥିଲା। କିଛି ସମୟ ପାଇଁ ସ୍ଥାନୀୟ ବାସିନ୍ଦା ରାସ୍ତାରୋକ କରିଥିଲେ।