ବୈଶିଙ୍ଗା: ସାଙ୍ଗମାନଙ୍କ ସହିତ ହୋଲି ଖେଳିବାକୁ ଆସି ଆଉ ଘରକୁ ଫେରିଲେନି ଦୁଇ ଯୁବକ l ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ l ବୈଶିଙ୍ଗା ଥାନା ଅଧୀନ ବୈଶିଙ୍ଗା-ମାଣତ୍ରୀ ରାସ୍ତାର ପଦ୍ମପୁର ଛକ ନିକଟରେ ଦ୍ରୁତଗାମୀ ବାଇକ ଓ ସ୍କୁଟି ମଧ୍ୟରେ ସାମ୍ନାସାମ୍ନି ଧକ୍କା ହେବା ଫଳରେ ଉଭୟ ଚାଳକଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି l
ଏକ ଲାଲ ରଙ୍ଗର ବାଇକ ଯୋଗେ ସ୍ଥାନୀୟ ପାଟୁଳିପୁରା ଗ୍ରାମର ପ୍ରଶାନ୍ତ ବିନ୍ଧାଣିଙ୍କ ପୁଅ ହିତେଶ ବିନ୍ଧାଣି (୧୮) ଓ ବଳରାମ ବେହେରାଙ୍କ ପୁଅ ଗୌତମ ବେହେରା(୧୭) ନିଜ ଘରୁ ବୈଶିଙ୍ଗା ଅଭିମୁଖେ ଦ୍ରୁତଗତିରେ ଆସୁଥିବା ବେଳେ ସମୁଖ ଦିଗରୁ ଓଡି୦୧-ଏୟାଏ-୩୮୬୮ନଂ ବିଶିଷ୍ଟ ଏକ ନୀଳ ରଙ୍ଗର ସ୍କୁଟି ଯୋଗେ ବାଲେଶ୍ୱର ଜିଲ୍ଲା ହଳଦୀପଦା ଅଞ୍ଚଳର ରୁହି ସିଂ ର ପୁଅ ସୁନୀଲ ସିଂ ପଛରେ ଅନ୍ୟ ଦୁଇ ଜଣଙ୍କୁ ବସାଇ ଦ୍ରୁତ ଗତିରେ ଆସୁଥିଲା l ପଦ୍ମପୁର ଛକ ନିକଟରେ ଉଭୟ ବାଇକ ଚାଳକ ଭରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ହୋଇଥିଲେ l ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ଗାଡ଼ି ଦୁଇଟିର ସମ୍ମୁଖ ଭାଗ ସମ୍ପୂର୍ଣ ଭାଙ୍ଗିରୁଜି ଚୁରମାର ହୋଇଯାଥିଲା ଓ ବାଇକରେ ବସିଥିବା ୫ ଜଣ ଏଣେତେଣେ ହୋଇ ଛିଟିକି ପଡ଼ିଥିଲା lତେବେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ଏକତ୍ରିତ ହୋଇ ଉଭୟ ଗାଡ଼ି ଚାଳକ ହିତେଶ ଓ ସୁନୀଲକୁ ମୁର୍ମୁଷ ଅବସ୍ଥାରେ ବୈଶିଙ୍ଗା ଡାକ୍ତରଖାନା ନେଇଯାଇଥିଲେ ଓ ସେଠାରେ ଉଭୟଙ୍କର ଅବସ୍ଥା ସଙ୍କଟାପନ୍ନ ଦେଖି କାର୍ଯ୍ୟରତ ଡାକ୍ତର ତାଙ୍କୁ ତତକ୍ଷଣାତ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରିଦେଥିଲେ l ସେହିଭଳି ଅନ୍ୟ ୩ଜଣଙ୍କୁ ମଧ୍ୟ ସ୍ଥାନୀୟ ଲୋକମାନେ ଆଣି ବୈଶିଙ୍ଗା ଡାକ୍ତରଖାନାରେ ଚିକିତ୍ସିତ କରାଇଥିଲେ l ତେବେ ମିଳିଥିବା ସୂଚନା ଅନୁଯାୟୀ ଉଭୟ ବାଇକ ଚାଳକଙ୍କର ବାଲେଶ୍ୱର ଡାକ୍ତରଖାନାରେ ମୃତ୍ୟୁ ଘଟିଛି l
ସୂଚନା ମୁତାବକ ଓଆର-୧୧ଜି -୫୨୪୦ ନଂ ବିଶିଷ୍ଟ ଏକ ଲାଲ ରଙ୍ଗର ବାଇକ ଯୋଗେ ସ୍ଥାନୀୟ ପାଟୁଳିପୁରା ଗ୍ରାମର ପ୍ରଶାନ୍ତ ବିନ୍ଧାଣିଙ୍କ ପୁଅ ହିତେଶ ବିନ୍ଧାଣି (୧୮) ଓ ବଳରାମ ବେହେରାଙ୍କ ପୁଅ ଗୌତମ ବେହେରା(୧୭) ନିଜ ଘରୁ ବୈଶିଙ୍ଗା ଅଭିମୁଖେ ଦ୍ରୁତଗତିରେ ଆସୁଥିବା ବେଳେ ସମୁଖ ଦିଗରୁ ଓଡି୦୧-ଏୟାଏ-୩୮୬୮ନଂ ବିଶିଷ୍ଟ ଏକ ନୀଳ ରଙ୍ଗର ସ୍କୁଟି ଯୋଗେ ବାଲେଶ୍ୱର ଜିଲ୍ଲା ହଳଦୀପଦା ଅଞ୍ଚଳର ରୁହି ସିଂ ର ପୁଅ ସୁନୀଲ ସିଂ ପଛରେ ଅନ୍ୟ ଦୁଇ ଜଣଙ୍କୁ ବସାଇ ଦ୍ରୁତ ଗତିରେ ଆସୁଥିଲା l ପଦ୍ମପୁର ଛକ ନିକଟରେ ଉଭୟ ବାଇକ ଚାଳକ ଭରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ହୋଇଥିଲେ l ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ଗାଡ଼ି ଦୁଇଟିର ସମ୍ମୁଖ ଭାଗ ସମ୍ପୂର୍ଣ ଭାଙ୍ଗିରୁଜି ଚୁରମାର ହୋଇଯାଥିଲା ଓ ବାଇକରେ ବସିଥିବା ୫ ଜଣ ଏଣେତେଣେ ହୋଇ ଛିଟିକି ପଡ଼ିଥିଲା l
ତେବେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ଏକତ୍ରିତ ହୋଇ ଉଭୟ ଗାଡ଼ି ଚାଳକ ହିତେଶ ଓ ସୁନୀଲକୁ ମୁର୍ମୁଷ ଅବସ୍ଥାରେ ବୈଶିଙ୍ଗା ଡାକ୍ତରଖାନା ନେଇଯାଇଥିଲେ ଓ ସେଠାରେ ଉଭୟଙ୍କର ଅବସ୍ଥା ସଙ୍କଟାପନ୍ନ ଦେଖି କାର୍ଯ୍ୟରତ ଡାକ୍ତର ତାଙ୍କୁ ତତକ୍ଷଣାତ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରିଦେଥିଲେ l ସେହିଭଳି ଅନ୍ୟ ୩ଜଣଙ୍କୁ ମଧ୍ୟ ସ୍ଥାନୀୟ ଲୋକମାନେ ଆଣି ବୈଶିଙ୍ଗା ଡାକ୍ତରଖାନାରେ ଚିକିତ୍ସିତ କରାଇଥିଲେ l ତେବେ ମିଳିଥିବା ସୂଚନା ଅନୁଯାୟୀ ଉଭୟ ବାଇକ ଚାଳକଙ୍କର ବାଲେଶ୍ୱର ଡାକ୍ତରଖାନାରେ ମୃତ୍ୟୁ ଘଟିଛି l