ବଲାଙ୍ଗୀର: ବଲାଙ୍ଗୀର ଟାଉନ ଥାନା ସମ୍ମୁଖ ବିଶାଲ ମେଗା ମାର୍ଟ ଆଗରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଥିଲେ। ଉଭୟଙ୍କୁ ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ଏକ ବାଇକରେ ଜଣେ ଯୁବକ ଓ ୨ ଜଣ ଯୁବତୀ ପୁଇଁତଲାରୁ ଅପେରା ଦେଖି ଘରକୁ ଫେରୁଥିଲେ। ବିଶାଲ ମେଗା ମାର୍ଟ ଆଗରେ ବିଳମ୍ବିତ ରାତିରେ ଏକ ଅଜଣା ଟ୍ରକ୍ ବାଇକକୁ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ମମତାଙ୍କ ନାମକ ଜଣେ ଯୁବତୀଙ୍କା ମୃତ୍ୟୁ ଘଟିଥିଲା। ଏଣେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିଲେ।। ଉଭୟଙ୍କୁ ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେଣେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଚାଳକ ଗାଡ଼ିକୁ ନେଇ ଫେରାର ମାରିଥିଲେ।

ସୂଚନା ଅନୁଯାୟୀ, ଏକ ବାଇକରେ ଜଣେ ଯୁବକ ଓ ୨ ଜଣ ଯୁବତୀ ପୁଇଁତଲାରୁ ଅପେରା ଦେଖି ଘରକୁ ଫେରୁଥିଲେ। ବିଶାଲ ମେଗା ମାର୍ଟ ଆଗରେ ବିଳମ୍ବିତ ରାତିରେ ଏକ ଅଜଣା ଟ୍ରକ୍ ବାଇକକୁ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ମମତାଙ୍କ ନାମକ ଜଣେ ଯୁବତୀଙ୍କା ମୃତ୍ୟୁ ଘଟିଥିଲା। ଏଣେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିଲେ।। ଉଭୟଙ୍କୁ ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେଣେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଚାଳକ ଗାଡ଼ିକୁ ନେଇ ଫେରାର ମାରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।