ବସ୍ତା୨: ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ଭେଲୋରା ଛକ ନିକଟରେ ଏକ କାରର ପଛକୁ ଏକ ଟ୍ରକ ଧକ୍କା ଦେବାରୁ କାରଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଓଲଟିବା ଫଳରେ ସେଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨ଜଣ ଗୁରୁତର ଆହତ ହୋଇଛନ୍ତି।
ପଶ୍ଚିମବଙ୍ଗ ଅଞ୍ଚଳରୁ କିଛି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ଭଦ୍ରକରୁ କୌଣସି ଏକ ପର୍ବରେ କାର୍ଯ୍ୟକ୍ରମ ସାରି ଘରକୁ ପ୍ରତ୍ୟାବର୍ତ୍ତନ କରୁଥିଲେ। ରବିବାର ଭୋର ୫ଟା ସମୟରେ ଜାତୀୟ ରାଜପଥର ଭେଲୋରା ଛକ ନିକଟରେ ଏକ ଟ୍ରକ (କେଏ ୦୭ବି ୮୫୩୫) କାର (ଡ଼ବ୍ଲ୍ୟୁବି ୩୬ଇ ୫୭୪୧)ର ପଛକୁ ଜୋରରେ ଧକ୍କା ଦେଇଥିଲା।ଫଳରେ କାରଟି ରାସ୍ତା ପାର୍ଶ୍ବକୁ ଓଲଟିବା ଯୋଗୁ ସେଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨ଜଣ ଗୁରୁତର ଆହତ ହୋଇଥିଲେ।
ସୂଚନା ଅନୁସାରେ ପଶ୍ଚିମବଙ୍ଗ ଅଞ୍ଚଳରୁ କିଛି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ଭଦ୍ରକରୁ କୌଣସି ଏକ ପର୍ବରେ କାର୍ଯ୍ୟକ୍ରମ ସାରି ଘରକୁ ପ୍ରତ୍ୟାବର୍ତ୍ତନ କରୁଥିଲେ। ରବିବାର ଭୋର ୫ଟା ସମୟରେ ଜାତୀୟ ରାଜପଥର ଭେଲୋରା ଛକ ନିକଟରେ ଏକ ଟ୍ରକ (କେଏ ୦୭ବି ୮୫୩୫) କାର (ଡ଼ବ୍ଲ୍ୟୁବି ୩୬ଇ ୫୭୪୧)ର ପଛକୁ ଜୋରରେ ଧକ୍କା ଦେଇଥିଲା।ଫଳରେ କାରଟି ରାସ୍ତା ପାର୍ଶ୍ବକୁ ଓଲଟିବା ଯୋଗୁ ସେଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨ଜଣ ଗୁରୁତର ଆହତ ହୋଇଥିଲେ।
ଖବର ପାଇ ଜାତୀୟ ରାଜପଥ ପହରା ପୁଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବସ୍ତା ହସ୍ପିଟାଲକୁ ପଠାଇଥିବା ବେଳେ ଘଟଣା ସ୍ଥଳରୁ ଖସିବାକୁ ଉଦ୍ୟମ କରୁଥିବା ଟ୍ରକଟିକୁ ଗୋଡ଼ାଇ ଧରିଥିଲେ। ଏଣେ ଅମର୍ଦ୍ଦାରୋଡ଼ ଫାଣ୍ଡି ଅଧିକାରୀ ସନ୍ଦୀପ କୁଜୁର ପହଞ୍ଚି ଦୁଇଟି ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି।