ଭଦ୍ରକ/କୋଠାର: ଧାମନଗର-ଚୂଡ଼ାକୁଟି ରାସ୍ତାର ରାହାପିତା ନିକଟରେ ସୋମବାର ରାତିରେ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଉଛନ୍ତି ଦକ୍ଷିଣବାଡ଼ ଗ୍ରାମର ରାକେଶ ଜେନା।
ଦକ୍ଷିଣବାଡ଼ ଗ୍ରାମର ରାକେଶ ଜେନା ଓ ତାଙ୍କ ବନ୍ଧୁ ଧାମନଗରରୁ ଚୂଡ଼ାକୁଟି ଅଭିମୁଖେ ବାଇକ୍ରେ ଯାଉଥିଲେ। ଭାରସାମ୍ୟ ହରାଇ ରାହାପିତା ନିକଟରେ ଏକ ଗଛକୁ ବାଡ଼େଇଥିଲେ। ଖବର ପାଇ ଧାମନଗର ଥାନା ପୁଲିସ ତୁରନ୍ତ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ରାକେଶଙ୍କୁ ମୃତ ଘୋଷଣା କରିଥିବା ବେଳେ ତାଙ୍କ ବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି।
ସୂଚନା ଅନୁସାରେ, ଦକ୍ଷିଣବାଡ଼ ଗ୍ରାମର ରାକେଶ ଜେନା ଓ ତାଙ୍କ ବନ୍ଧୁ ଧାମନଗରରୁ ଚୂଡ଼ାକୁଟି ଅଭିମୁଖେ ବାଇକ୍ରେ ଯାଉଥିଲେ। ଭାରସାମ୍ୟ ହରାଇ ରାହାପିତା ନିକଟରେ ଏକ ଗଛକୁ ବାଡ଼େଇଥିଲେ। ଖବର ପାଇ ଧାମନଗର ଥାନା ପୁଲିସ ତୁରନ୍ତ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ରାକେଶଙ୍କୁ ମୃତ ଘୋଷଣା କରିଥିବା ବେଳେ ତାଙ୍କ ବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)