ବରଗଡ଼: ବରଗଡ଼ ଜିଲ୍ଲା ଭଟଲି ବିଜୟା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଦୁର୍ଘଟଣାରେ ୨ ମୃତ, ୨ ଗୁରୁତର l
ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି ଏହି ଅଭାବନୀୟ ଘଟଣା l ଚାରି ଜଣ ବ୍ୟକ୍ତି ଅମ୍ବାଭୋନା ରାସ୍ତାରୁ ଏକ ବୋଲେରୋ ଗାଡ଼ିରେ ଆସୁଥିବା ବେଳେ ଭଟଲି ବିଜୟା ଛକରେ ଭାରସାମ୍ୟ ହରାଇ ପ୍ରଥମେ ବିଦ୍ୟୁତ ଖୁଣ୍ଟି ସହ ପିଟି ହୋଇଥିଲା। ତାପରେ ତାହା ନିକଟରେ ଥିବା ଦୋକାନ ଘରକୁ ଧକ୍କା ଦେଇଥିଲା l
ଏହାଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉ ଜଣଙ୍କର ମୃତ୍ୟୁ ଘଟିଥିଲା l ଏହି ଦୁର୍ଘଟଣାରେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ଭଟଲି ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।