ବୈପାରିଗୁଡ଼ା: ଆଜି ଭୋର୍ ୫ଟା ବେଳେ ନୟାଗଡ଼ର ଗୋଟିଏ ପରିବାର ଖରା ଛୁଟି ମନେଇବା ପାଇଁ ମାଲକାନଗିରି ଯାଉଥିବା ବେଳେ ୩୨୬ ନମ୍ବର ଜାତୀୟ ରାଜପଥର ବୈପାରିଗୁଡ଼ା ଥାନା ଅନ୍ତର୍ଗତ ଚନ୍ଦ୍ରପଡ଼ାଘାଟିରେ ଗୋଟିଏ ଗଛରେ କାର୍ ପିଟିହେବା ଫଳରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ତିନିଜଣଙ୍କ ମୃତ୍ୟୁ ଘଟିଛି।
ନୟାଗଡ଼ର ସୁଦୀପ୍ତ କୁମାର ସିଂ ସାମନ୍ତ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଖରାଛୁଟି କାଟିବା ପାଇଁ ମାଲକାନଗିରିରେ ରହୁଥିବା ବଡ଼ ଭାଇଙ୍କ ଘରକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସୁଦୀପ୍ତଙ୍କ ମା, ମାଇଁ ଶାଶୂ ଏବଂ ତାଙ୍କ ଜଣେ ବନ୍ଧୁ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲାବେଳେ ତାଙ୍କ ପତ୍ନୀ ଏବଂ ପୁଅ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ପତ୍ନୀଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ପୁଅର ଗୋଡ଼ ଭାଙ୍ଗି ଯିବା ବେଳେ ସୁଦୀପ୍ତଙ୍କ ହାତ ଭାଙ୍ଗି ଯାଇଥିବା ଜଣାଯାଇଛି। ଏମାନେ ବୈପାରିଗୁଡ଼ା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ସଂପର୍କରେ ଖବର ପାଇ ବୈପାରିଗୁଡ଼ା ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କାର୍ ଭିତରୁ ମୃତଦେହକୁ ବାହାର କରିଥିଲେ।

accident
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/16/0Zx01rXv18GeQlw1yVSl.jpg)