ଚିପିଲିମା:ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଗୋଶାଳା ଫାଣ୍ଡି ଅନ୍ତର୍ଗତ ଲଡୁଖାଇ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ସୂଚନା ଅନୁସାରେ ସମ୍ୱଲପୁର ପଟୁ ନିଜ ଘର ଗୋଡଭଗାକୁ ଏକ କାର୍ (ଏଚଆର ୫୧ ବିବି ୦୭୯୦) ଯୋଗେ ୪ ଜଣ ଯୁବକ  ଯାଉଥିବା ସମୟରେ ବାବାଢ଼ାବା ନିକଟରେ ଭାରସାମ୍ୟ ହରାଇ କାରଟି ଜାତୀୟ ରାଜପଥର ଡିଭାଇଡର ଡେଇଁ ବରଗଡ଼ ପଟୁ ଆସୁଥିବା ଏକ ଟ୍ରକରେ ଜୋରରେ ଧକ୍କା ଦେଇଥିଲା l ଫଳରେ କାରରେ ବସିଥିବା ସମସ୍ତେ ଗାଡ଼ି ଭିତରେ ଚାପି ହୋଇଯାଇଥିଲେ  l

Advertisment

ବୁର୍ଲା ଥାନା ଗୋଶାଳା ଫାଣ୍ଡି ଅନ୍ତର୍ଗତ ଲଡୁଖାଇ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ସୂଚନା ଅନୁସାରେ ସମ୍ୱଲପୁର ପଟୁ ନିଜ ଘର ଗୋଡଭଗାକୁ ଏକ କାର୍ (ଏଚଆର ୫୧ ବିବି ୦୭୯୦) ଯୋଗେ ୪ ଜଣ ଯୁବକ  ଯାଉଥିବା ସମୟରେ ବାବାଢ଼ାବା ନିକଟରେ ଭାରସାମ୍ୟ ହରାଇ କାରଟି ଜାତୀୟ ରାଜପଥର ଡିଭାଇଡର ଡେଇଁ ବରଗଡ଼ ପଟୁ ଆସୁଥିବା ଏକ ଟ୍ରକରେ ଜୋରରେ ଧକ୍କା ଦେଇଥିଲା l ଫଳରେ କାରରେ ବସିଥିବା ସମସ୍ତେ ଗାଡ଼ି ଭିତରେ ଚାପି ହୋଇଯାଇଥିଲେ l ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ କାରରୁ ଯୁବକମାନଙ୍କୁ ଉଦ୍ଧାରକରି ଆମ୍ବୁଲାନ୍ସ  ଯୋଗେ ବୁର୍ଲା ମେଡିକାଲକୁ ପଠାଇବାର ବ୍ୟବସ୍ଥା କରାଇଥିଲେ l ବୁର୍ଲା ମେଡିକାଲରେ ଡ଼ାକ୍ତର ସୁବ୍ରତ ସାହୁ, ମନୀଷ ୟାଦବ ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ l ସୌରଭ ଗୁପ୍ତା ଓ ଆକାଶ  ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି l

ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ କାରରୁ ଯୁବକମାନଙ୍କୁ ଉଦ୍ଧାରକରି ଆମ୍ବୁଲାନ୍ସ  ଯୋଗେ ବୁର୍ଲା ମେଡିକାଲକୁ ପଠାଇବାର ବ୍ୟବସ୍ଥା କରାଇଥିଲେ l ବୁର୍ଲା ମେଡିକାଲରେ ଡ଼ାକ୍ତର ସୁବ୍ରତ ସାହୁ, ମନୀଷ ୟାଦବ ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ l ସୌରଭ ଗୁପ୍ତା ଓ ଆକାଶ  ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି l ଘଟଣା ସମ୍ପର୍କରେ ଗୋଶାଳା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି l

accident