ଭୁବନେଶ୍ୱର: ରାଜଧାନୀରେ ସଡ଼କ ଦୁର୍ଘଟଣା କମୁନି। ବିଳମ୍ବିତ ରାତିରେ ପୁଣି ଘଟିଛି ଏକ ସଡ଼କ ଦୁର୍ଘଟଣା। ରାଜଧାନୀ ଭୁବନେଶ୍ୱରର ଏକାମ୍ର ଭିଲ୍ଲା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ଏଠାରେ ଗୋଟିଏ ଭଲଭୋ କାରକୁ ପିଟିଥିଲା ଡିଜାୟାର।
ଡିଜାୟାର କାରର ଚାଳକ ଜଣଙ୍କ ମଦ୍ୟପାନ କରି ଦ୍ରୁତ ଗତିରେ ଜୟଦେବ ବିହାର ଆଡୁ ଏକାମ୍ର ଭିଲ୍ଲା ଆଡ଼କୁ ଆସୁଥିବା ବେଳେ ଏକାମ୍ର ଭିଲ୍ଲା ଠାରେ ଭଲଭୋ କାରକୁ ଧକ୍କା ଦେଇଥିଲା ।
ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ନୟାପଲ୍ଲି ପୁଲିସ । ଡିଜାୟାର କାରର ଚାଳକ ଜଣଙ୍କ ମଦ୍ୟପାନ କରି ଦ୍ରୁତ ଗତିରେ ଜୟଦେବ ବିହାର ଆଡୁ ଏକାମ୍ର ଭିଲ୍ଲା ଆଡ଼କୁ ଆସୁଥିବା ବେଳେ ଏକାମ୍ର ଭିଲ୍ଲା ଠାରେ ଭଲଭୋ କାରକୁ ଧକ୍କା ଦେଇଥିଲା ।
ତେବେ ଏହି ଦୁର୍ଘଟଣାରେ କାହାର କିଛି ବିଶେଷ କ୍ଷତି ହୋଇନାହିଁ। ରାଜଧାନୀରେ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଛୋଟ ବଡ଼ ଦୁର୍ଘଟଣା ଦେଖିବାକୁ ମିଳୁଛି । ଯାହାକୁ ନେଇ ଏବେ ଚିନ୍ତାରେ ରାଜଧାନୀ ବାସିନ୍ଦା। ଆଉ ଏଭଳି ଦୁର୍ଘଟଣା ହେବାର ମୁଖ୍ୟ କାରଣ ହେଉଛି ମଦ୍ୟପାନ କରି ଡ୍ରାଇଭର ଗାଡ଼ି ଚଲାଉଛନ୍ତି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)