ଚମ୍ପୁଆ: ଚମ୍ପୁଆ ଥାନା ଦୋଳିତା ଛକ ନିକଟରେ ଆଜି ଭୋର୍ ୫ ଟା ବେଳେ ଏକ ଆଇରନ ବୋଝେଇ ଟ୍ରକ ଧକ୍କାରେ ତିନିଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ମିଳିଥିବା ସୂଚନା ଅନୁସାରେ ସାନନଈ ଗ୍ରାମର ବାପା ଅଇବନ ପ୍ରଧାନ, ମା ମଥାମଣି ପ୍ରଧାନ ଓ ପୁଅ ମଙ୍ଗଲ ପ୍ରଧାନ ଏକ ବାଇକ୍ ଯୋଗେ ଝିଅଘର ଦୋଲିତ।କୁ ଯାଉଥିବା ବେଳେ ୨୦ ନମ୍ବର ଜାତୀୟ ରାଜପଥର ଡୋଳିତା ଛକ ନିକଟରେ ରିମୁଳି ପଟୁ ଆସୁଥିବା ଏକ ଆଇରନ ବୋଝେଇ ଟ୍ରକ୍ ଦେଇଥିଲା । ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାପା ଅଇବନଙ୍କ ମୃତ୍ୟୁ ହୋଇଥିବା ବେଳେ ମାଆଙ୍କ ଚମ୍ପୁଆ ଡ଼ାକ୍ତରଖାନ।ରେ ମୃତ୍ୟୁ ହୋଇଥିଲା। ଠିକ୍ ସେହିପରି ପୁଅ ମଙ୍ଗଲଙ୍କ କେନ୍ଦୁଝର ଡାକ୍ତରଖାନ।ରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ସାନନଈ ଗ୍ରାମର ବାପା ଅଇବନ ପ୍ରଧାନ, ମା ମଥାମଣି ପ୍ରଧାନ ଓ ପୁଅ ମଙ୍ଗଲ ପ୍ରଧାନ ଏକ ବାଇକ୍ ଯୋଗେ ଝିଅଘର ଦୋଲିତ।କୁ ଯାଉଥିବା ବେଳେ ୨୦ ନମ୍ବର ଜାତୀୟ ରାଜପଥର ଡୋଳିତା ଛକ ନିକଟରେ ରିମୁଳି ପଟୁ ଆସୁଥିବା ଏକ ଆଇରନ ବୋଝେଇ ଟ୍ରକ୍ ଦେଇଥିଲା । ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାପା ଅଇବନଙ୍କ ମୃତ୍ୟୁ ହୋଇଥିବା ବେଳେ ମାଆଙ୍କ ଚମ୍ପୁଆ ଡ଼ାକ୍ତରଖାନ।ରେ ମୃତ୍ୟୁ ହୋଇଥିଲା। ଠିକ୍ ସେହିପରି ପୁଅ ମଙ୍ଗଲଙ୍କ କେନ୍ଦୁଝର ଡାକ୍ତରଖାନ।ରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇ ଯାଇଥିବା ବେଳେ ଉତ୍ତ୍ୟକ୍ତ ଲୋକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ଜଣା ପଡ଼ିଛି ।
ଘଟଣା ସ୍ଥଳରେ ଚମ୍ପୁଆ ପୁଲିସ ଓ ଚମ୍ପୁଆ ତହସିଲଦାର ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/03/15/4V94me6HKmUWBBasqCef.png)