ରାଉରକେଲା: ଖଣ୍ଡାଧାର ଜଳପ୍ରପାତରେ ବଣଭୋଜି କରିବା ପୂର୍ବରୁ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ୨ ଜଣଙ୍କ ଜୀବନ। ଅନ୍ୟ ଦୁଇଜଣ ଗୁରୁତର ହୋଇଥିଲେ। ରବିବାର ଅପରାହ୍ଣରେ ୧୪୩ନଂ ଜାତୀୟ ରାଜପଥର ଚାନ୍ଦିପୋଷ ଥାନା ସମ୍ମୁଖରେ ସ୍କର୍ପିଓ ଓ ହାଇୱା ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏହି ଅଘଟଣ ଘଟିଥିଲା। ସ୍କର୍ପିଓ ଭାରସାମ୍ୟ ହରାଇ ଜାତୀୟ ରାଜପଥର ବାମରୁ ଡାହାଣପାର୍ଶ୍ବକୁ ମାଡ଼ିଯାଇ ହାଇୱା ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦ୍ରୁତ ଗତିରେ ଥିବା ସ୍କର୍ପିଓଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ଘଟଣାସ୍ଥଳରେ ସ୍କର୍ପିଓ ଚଳାଉଥିବା ଜୈସ୍ବାଲ ମୋଟର୍ସର ସେଲ୍ସ ମ୍ୟାନେଜର ଆଦିତ୍ୟ ରାଉଳ (୨୮) ଏବଂ ସେଲ୍ସମ୍ୟାନ୍ ବିପିନ କୁମାର ସେଠୀ (୨୬)ଙ୍କର ମୃତ୍ୟୁ ହୋଇଥିଲା।
ବେଦବ୍ୟାସର ଜୈସ୍ବାଲ ମୋଟର୍ସରେ ଆଦିତ୍ୟ ରାଉଳ ସେଲ୍ସ ମ୍ୟାନେଜର, ରମଜାନ୍, ବିପିନ ଏବଂ ପବିତ୍ର ସେଲ୍ସମ୍ୟାନ୍ ଭାବେ କାମ କରନ୍ତି। ରବିବାର ଛୁଟି ଥିବାରୁ ସୋ’ରୁମ ମାଲିକଙ୍କ ସ୍କର୍ପିଓ (ଓଡି୧୪ଏଫ୍-୦୦୦୨) ନେଇ ବଣାଇ ନିକଟ ଖଣ୍ଡାଧାର ଜଳପ୍ରପାତକୁ ବଣଭୋଜି କରିବାକୁ ବାହାରିଥିଲେ। ଆଦିତ୍ୟ ଗାଡ଼ି ଚଳାଉଥିଲେ ଏବଂ ଅନ୍ୟ ତିନି ଜଣ ବସିଥିଲେ। ୧୪୩ନଂ ଜାତୀୟ ରାଜପଥର ଚାନ୍ଦିପୋଷ ଥାନା ସମ୍ମୁଖରେ ସ୍କର୍ପିଓଟି ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ଡାହାଣ ପାର୍ଶ୍ବ ରାସ୍ତାକୁ ମାଡ଼ିଯାଇଥିଲା। ସେହି ସମୟରେ ବିପରୀତ ଦିଗରୁ ଅର୍ଥାତ୍ ବଣାଇରୁ ରାଉରକେଲା ପଟେ ଦ୍ରୁତଗତିରେ ଆସୁଥିବା ହାଇୱା (ଓଡି୧୪ଟି- ୧୮୫୮) ସ୍କର୍ପିଓଟିକୁ ଧକ୍କା ଦେଇଥିଲା। ହାଇୱା ଧକ୍କାରେ ସ୍କର୍ପିଓ ଚୁର୍ମାର ହୋଇଯାଇଥିଲା। ଡ୍ରାଇଭର ଆଦିତ୍ୟ ସ୍କର୍ପିଓ ଭିତରେ ଚାପି ହୋଇରହିଯାଇଥିଲେ। ଅଗ୍ନିଶମ କର୍ମଚାରୀ, ପୁଲିସ ଓ ସ୍ଥାନୀୟ ଲୋକ ପହଞ୍ଚି ଆଦିତ୍ୟଙ୍କୁ ଗାଡ଼ି ଭିତରୁ ବାହାର କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଆର୍ଜିଏଚ୍ ଅଣାଯାଉଥିବାବେଳେ ବାଟରେ ମୃତ୍ୟୁ ହୋଇଯାଇଥିଲା।
ସ୍କର୍ପିଓ ଭିତରେ ଫସି ରହିଥିବା ସେଲ୍ସ ମ୍ୟାନେଜର ଆଦିତ୍ୟଙ୍କୁ ପ୍ରାୟ ଘଣ୍ଟାଏ ପରେ ଉଦ୍ଧାର କରାଯାଇଥିଲା। ଅନ୍ୟ ଦୁଇ ସେଲ୍ସମ୍ୟାନ୍ ଶେଖ୍ ରମଜାନ୍ ଏବଂ ପବିତ୍ର ସାହୁ ଗୁରୁତର ହୋଇଛନ୍ତି। ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)ରେ ଭର୍ତ୍ତି କରାଯାଇଥିଲା। ଶେଖ୍ ରମଜାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚାନ୍ଦିପୋଷ ପୁଲିସ ଦୁଇ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆର୍ଜିଏଚ୍ ଶବାଗାରରେ ରଖିଛି। ଦୁର୍ଘଟଣାଗ୍ରସ୍ତ ଦୁଇଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ମୁତାବକ ବେଦବ୍ୟାସର ଜୈସ୍ବାଲ ମୋଟର୍ସରେ ଆଦିତ୍ୟ ରାଉଳ ସେଲ୍ସ ମ୍ୟାନେଜର, ରମଜାନ୍, ବିପିନ ଏବଂ ପବିତ୍ର ସେଲ୍ସମ୍ୟାନ୍ ଭାବେ କାମ କରନ୍ତି। ରବିବାର ଛୁଟି ଥିବାରୁ ସୋ’ରୁମ ମାଲିକଙ୍କ ସ୍କର୍ପିଓ (ଓଡି୧୪ଏଫ୍-୦୦୦୨) ନେଇ ବଣାଇ ନିକଟ ଖଣ୍ଡାଧାର ଜଳପ୍ରପାତକୁ ବଣଭୋଜି କରିବାକୁ ବାହାରିଥିଲେ। ଆଦିତ୍ୟ ଗାଡ଼ି ଚଳାଉଥିଲେ ଏବଂ ଅନ୍ୟ ତିନି ଜଣ ବସିଥିଲେ। ୧୪୩ନଂ ଜାତୀୟ ରାଜପଥର ଚାନ୍ଦିପୋଷ ଥାନା ସମ୍ମୁଖରେ ସ୍କର୍ପିଓଟି ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ଡାହାଣ ପାର୍ଶ୍ବ ରାସ୍ତାକୁ ମାଡ଼ିଯାଇଥିଲା। ସେହି ସମୟରେ ବିପରୀତ ଦିଗରୁ ଅର୍ଥାତ୍ ବଣାଇରୁ ରାଉରକେଲା ପଟେ ଦ୍ରୁତଗତିରେ ଆସୁଥିବା ହାଇୱା (ଓଡି୧୪ଟି- ୧୮୫୮) ସ୍କର୍ପିଓଟିକୁ ଧକ୍କା ଦେଇଥିଲା। ହାଇୱା ଧକ୍କାରେ ସ୍କର୍ପିଓ ଚୁର୍ମାର ହୋଇଯାଇଥିଲା। ଡ୍ରାଇଭର ଆଦିତ୍ୟ ସ୍କର୍ପିଓ ଭିତରେ ଚାପି ହୋଇରହିଯାଇଥିଲେ। ଅଗ୍ନିଶମ କର୍ମଚାରୀ, ପୁଲିସ ଓ ସ୍ଥାନୀୟ ଲୋକ ପହଞ୍ଚି ଆଦିତ୍ୟଙ୍କୁ ଗାଡ଼ି ଭିତରୁ ବାହାର କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଆର୍ଜିଏଚ୍ ଅଣାଯାଉଥିବାବେଳେ ବାଟରେ ମୃତ୍ୟୁ ହୋଇଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/12/30/NtMqjilyYExZdVVNCC1c.jpg)