ଢେଙ୍କାନାଳ: ସ୍କୁଲ ବସ୍ କୁ ଧକ୍କା ଦେଲା ଟ୍ରଲର। ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତ। ଧକ୍କା ଦେଇଥିବା ଟ୍ରଲର୍ ଡ୍ରାଇଭର୍ ଫେରାର ।ଢେଙ୍କାନାଳର ଏକ ଘରୋଇ ସ୍କୁଲ ବସ ସକାଳୁ ପିଲାଙ୍କୁ ସ୍କୁଲ ନେଇ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା।ପଞ୍ଚାବନ ନମ୍ବର ଜାତୀୟ ରାଜପଥ କୋରିଆଁ ନିକଟରେ ଦୁର୍ଘଟଣା ଘଟିଛି।
ଦୁର୍ଘଟଣା ଘଟାଇଥିବା ଟ୍ରଲରକୁ ଜବତ କରାଯାଇଥିବା ବେଳେ ଡ୍ରାଇଭର ଫେରାର ହୋଇ ଯାଇଥିବା ଜଣାପଡ଼ିଛି।ଆହତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଦୁର୍ଘଟଣା ଘଟାଇଥିବା ଟ୍ରଲରକୁ ଜବତ କରାଯାଇଥିବା ବେଳେ ଡ୍ରାଇଭର ଫେରାର ହୋଇ ଯାଇଥିବା ଜଣାପଡ଼ିଛି।ଆହତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ହସପିଟାଲରେ ସ୍କୁଲ ଅଧ୍ୟକ୍ଷ ଓ ଅନ୍ୟ କର୍ମଚାରୀ ପହଞ୍ଚି ପିଲାଙ୍କୁ ଚିକିତ୍ସା କରାଇବା ସହ ଘରକୁ ପଠାଇ ଦେଇଛନ୍ତି।