ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଏମସିଏଲ ଟପରିଆ ରାସ୍ତାର ବିଲେଇମୁଣ୍ଡା ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ବାଇକକୁ ଧକ୍କା ଦେଇ ଉପରେ ଚଢ଼ିଗଲା ଟ୍ରେଲର। ଘଟଣାସ୍ଥଳରେ ଦୁଇ ଯୁବକ ଶୋଚନୀୟ ଭାବେ ପ୍ରାଣ ହରାଇଲେ।
ମୃତକ ହେଲେ ଝୁପୁରୁଙ୍ଗାର କେଦାର କାଲୋ(୪୩) ଓ ଲୋକନାଥ ମାଝୀ (୩୨)। ଏହି ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଏଥିସହ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି।
ମୃତକ ହେଲେ ଝୁପୁରୁଙ୍ଗାର କେଦାର କାଲୋ(୪୩) ଓ ଲୋକନାଥ ମାଝୀ (୩୨)। ଏହି ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଏଥିସହ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି।
କିଛି ଦିନ ତଳେ ଏହି ରାସ୍ତାରେ ଟ୍ରକରେ ଏକ ଓମିନି ଭ୍ଯାନ୍ ପିଟି ହୋଇ ୫ ଜଣ ପ୍ରାଣ ହରାଇଥିଲେ। ବାରମ୍ବାର
ଦୁର୍ଘଟଣା ଘଟୁଥିଲେ ବି ପୁଲିସ, ପ୍ରଶାସନ ସଡ଼କ ସୁରକ୍ଷା ପାଇଁ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/12/20/06GZvKnWhdhE5fx5pdSd.jpg)