ଭୋଗରାଇ/କମର୍ଦ୍ଦା: ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଅଞ୍ଚଳରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୫୭ ନଂ ରାଜ୍ୟ ରାଜପଥରେ ଥିବା ବେଣୁଦା ଛକରେ ଏକ ବୋଲେରୋ ଓ ମହିନ୍ଦ୍ରା ଏକ୍ସୟୁଭି ମୁହାଁମୁହିଁ ଧକ୍କା ହେବାରୁ ୬ଜଣ ଗୁରୁତର ଆହତ ହୋଇଛି। ସେମାନଙ୍କୁ ପୁଲିସ ଉଦ୍ଧାର କରି ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି।
ଜଳେଶ୍ବର-ଚନ୍ଦନେଶ୍ବର ରାସ୍ତାରେ କାରଟି ଦୀଘା ଆଡ଼କୁ ଯାଉଥିବା ବେଳେ ଅପର ପାର୍ଶ୍ବରୁ ବୋଲେରୋ ଆସୁଥିଲା। ବେଣୁଦା ଛକରେ ଉଭୟ ଗାଡ଼ି ପରସ୍ପରକୁ ଧକ୍କା ଦେଇଥିଲେ।ଫଳରେ ଦୁର୍ଘଟଣାସ୍ଥଳରେ ୭ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପୁଲିସ ଉଦ୍ଧାର କରି ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି। ପୁଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।
ନୂଆ ବର୍ଷରେ ପିକନିକ୍ ପାଇ ଯାଉଥିବା ବେଳେ ବୋଲେରୋ ଏବଂ ମହିନ୍ଦ୍ରା ଏକ୍ସୟୁଭି ଗାଡ଼ି ମୁହାଁମୁହିଁ ଧକ୍କା। ଏଥିରେ ୬ ଜଣ ପର୍ଯ୍ଯଟକ ଗୁରୁତର ହୋଇଛନ୍ତି। ପର୍ଯ୍ଯଟକମାନେ ମୟୁରଭଞ୍ଜରୁ ପଶ୍ଚିମବଙ୍ଗ ଦୀଘା ଅଭିମୁଖେ ଯାଉଥିବା ବେଳେ ବାଲେଶ୍ବର ଜିଲ୍ଲା ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ଯ ରାଜପଥ ବେଣୁଦା ଛକ ନିକଟରେ ଦୁର୍ଘଟଣା ଘଟିଛି। ଖବର ପାଇ କମର୍ଦ୍ଦା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ସହିତ ଅଧିକ ତଦନ୍ତ ଜାରି ରଖିଛନ୍ତି।

ସୂଚନା ଅନୁଯାୟୀ ଜଳେଶ୍ଵର - ଚନ୍ଦନେଶ୍ଵର ୫୭ ନମ୍ବର ରାଜ୍ୟ ରାଜପଥ ବେଣୁ ଦା ଛକରେ ମୟୂରଭଞ୍ଜ ତେନ୍ତୁଳି ଗାଁରୁ ବୋଲେରୋ ଯୋଗେ ଦୀଘା ନୁଆ ବର୍ଷରେ ବୁଲିଯିବା ଅବସରରେ ଛୋଟ ପିଲା ବାନ୍ତି କରିବା ହେତୁ ଭୋର ୫ଘଟିକା ବେଳେ ଛିଡ଼। ହୋଇଥିବା ଅବସ୍ଥାରେ ବରୁଣ ସିଂରୁ ଜାଇଲୋ ଯୋଗେ ଯାଉଥିବା ଗାଡ଼ି ଭାରସାମ୍ୟ ହରାଇ ପଛପଟରୁ ଧକ୍କା ଦେବା ହେତୁ ଗାଡ଼ି ଭିତରେ ଥିବା ୧୧ ଜଣ ଛିଟିକି ପଦାକୁ ପଡ଼ି ଗୁରୁତର ହୋଇଥିଲେ। ଆହତମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ କମର୍ଦ୍ଦ। ଥାନା ଏ ସ୍ ଆଇ ମହେନ୍ଦ୍ର ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିବା ସହ ଜଳେଶ୍ଵରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ସେଠାରୁ ଡାକ୍ତର ଗୁରୁତର ଆହତ ସିଦ୍ଦେଶ୍ଵର ଦ୍ୱିବେଦୀ ,ପ୍ରମିଳା ଦ୍ୱିବେଦୀ , ମନୋରଞ୍ଜନ ଦାସ , ଆଶୁତୋଷ ତ୍ରିପାଠୀ, ମିନତୀ ଦାସ ଓ ମାମା ଦ୍ୱିବେଦୀ ପ୍ରମୁଖଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପାଇଁ ପଠାଇଛନ୍ତି। ଜଗନ୍ନାଥ ଦ୍ୱିବେଦୀ ଏବଂ ମହେଶ ଦ୍ୱିବେଦୀ ଅଳ୍ପ ଆହତ ହୋଇଛନ୍ତି।