ଯାଜପୁର: ପାଣିକୋଇଲି ଥାନା ପୁରୁଣା ଟୋଲଗେଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଘଟଣା ସ୍ଥଳରେ କୁନିପୁଅ ଆଖି ସାମ୍ନାରେ ଚାଲିଗଲ ବାପା ଓ ମାଙ୍କର ଜୀବନ।

Advertisment

ସୂଚନା ଅନୁଯାୟୀ ଗୋଟିଏ ପରିବାରର ବାପା ମା ଓ ତାଙ୍କର ୪ ବର୍ଷର ଶିଶୁପୁତ୍ର ଏକ ବାଇକ ଯୋଗେ କୁଆଖିଆ ଆଡୁ ପାଣିକୋଇଲି ଅଭିମୁଖେ ଯାଉଥିବାବେଳେ ହଠାତ ପୁରୁଣା ଟୋଲଗେଟ ନିକଟରେ ବାଇକକୁ ଏକ ଅଜଣା ଗାଡି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ମାଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ପୁଲିସ ସହାୟତାରେ ଗୁରୁତର ବାପାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ମୃତ ବୋଲି ଘୋଷଣା କରିଛନ୍ତି ଡାକ୍ତର।

ଗୋଟିଏ ପରିବାରର ବାପା ମା ଓ ତାଙ୍କର ୪ ବର୍ଷର ଶିଶୁପୁତ୍ର ଏକ ବାଇକ ଯୋଗେ କୁଆଖିଆ ଆଡୁ ପାଣିକୋଇଲି ଅଭିମୁଖେ ଯାଉଥିବାବେଳେ ହଠାତ ପୁରୁଣା ଟୋଲଗେଟ ନିକଟରେ ବାଇକକୁ ଏକ ଅଜଣା ଗାଡି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ମାଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ପୁଲିସ ସହାୟତାରେ ଗୁରୁତର ବାପାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ମୃତ ବୋଲି ଘୋଷଣା କରିଛନ୍ତି ଡାକ୍ତର।

ଅଳ୍ପକେ ବର୍ତ୍ତିଯାଇଥିବା ୪ ବର୍ଷର ଶିଶୁପୁତ୍ରକୁ ପାଣିକୋଇଲି ପୁଲିସ ହେପାଜତକୁ ନେଇ ଥାନାରେ ରଖିଛି। ଏଯାଏ ପରିଚୟ ଅସ୍ପଷ୍ଟ ରହିଛି। ପାଣିକୋଇଲି ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।