ରଣପୁର: ପିକନିକ କରିବାକୁ ନୟାଗଡ଼ଜିଲ୍ଲା ଗୁଣ୍ଠୁଣୀ ଅଞ୍ଚଳରୁ କାଳିଜାଈ ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ଭାରସାମ୍ୟ ହରାଇ ରଣପୁର ଥାନା ଅନ୍ତର୍ଗତ ଚମ୍ପାପିଡି ପଞ୍ଚାୟତ ନିକଟରେ ଥିବା  ପୋଲ ତଳକୁ ଖସିପଡିଛି। ଏହି ଦୁର୍ଘଟଣାରେ ବସରେ ଥିବା ୪୨ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଅନ୍ୟ ଯାତ୍ରୀମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment

ଓଡି୦୨ଏଏଫ୍୪୮୪୯ ନମ୍ବର ବିଶିଷ୍ଟ ଇଣ୍ଡିଆନ୍ ନାମକ ଏକ ଘରୋଇ ବସରେ ଗୁଣ୍ଠୁଣୀ ଅଞ୍ଚଳରୁ ୪୨ଜଣ ବଣଭୋଜି କରିବାକୁ ଚିଲିକା କାଳିଜାଈକୁ ଯାଉଥିଲେ। ଚମ୍ପାପିଡି ନିକଟସ୍ଥ ଏକ ପୋଲ ଉପରେ ଡ଼୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ବସଟି ପୋଲ ତଳକୁ ଖସି ପଡିଥିଲା। ଖବର ପାଇ ସ୍ଥାନୀୟ ଅଞ୍ଚଳର ଲୋକେ ଘଟଣାସ୍ଥଳରେ ପହଞ୍ଚି ପୁଲିସ ଓ ଅଗ୍ନିଶମ ବାହିନୀର ସହାୟତାରେ ଗାଡ଼ି ଭିତରୁ ମୃତାହତମାନଙ୍କୁ ଉଦ୍ଧାର କରି ୬ଟି‌ ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ପଠାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଓଡି୦୨ଏଏଫ୍୪୮୪୯ ନମ୍ବର ବିଶିଷ୍ଟ ଇଣ୍ଡିଆନ୍ ନାମକ ଏକ ଘରୋଇ ବସରେ ଗୁଣ୍ଠୁଣୀ ଅଞ୍ଚଳରୁ ୪୨ଜଣ ବଣଭୋଜି କରିବାକୁ ଚିଲିକା କାଳିଜାଈକୁ ଯାଉଥିଲେ। ଚମ୍ପାପିଡି ନିକଟସ୍ଥ ଏକ ପୋଲ ଉପରେ ଡ଼୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ବସଟି ପୋଲ ତଳକୁ ଖସି ପଡିଥିଲା। ଖବର ପାଇ ସ୍ଥାନୀୟ ଅଞ୍ଚଳର ଲୋକେ ଘଟଣାସ୍ଥଳରେ ପହଞ୍ଚି ପୁଲିସ ଓ ଅଗ୍ନିଶମ ବାହିନୀର ସହାୟତାରେ ଗାଡ଼ି ଭିତରୁ ମୃତାହତମାନଙ୍କୁ ଉଦ୍ଧାର କରି ୬ଟି‌ ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ପଠାଇଛନ୍ତି।